Only for Entertainment

ସାମ୍ନାକୁ ଆସିଲା ଜଙ୍ଗଲ ବୁକର ନୂଆ ସିରିଜ ମୋଗଲି ଦ ଲିଜେଣ୍ଡ ଅଫ ଜଙ୍ଗଲର ହିନ୍ଦୀ ଭର୍ସନ ଟ୍ରେଲର

youtube
30

ଜଙ୍ଗଲ ବୁକର ନୂଆ ସିରିଜ ମୋଗଲି ଦ ଲିଜେଣ୍ଡ ଅଫ ଜଙ୍ଗଲର ହିନ୍ଦୀ ଭର୍ସନ ଟ୍ରେଲର ଏବେ ସାମ୍ନାକୁ ଆସିଛି । ନିକଟରେ ଟ୍ରେଲର ରିଲିଜ କାର୍ଯ୍ୟକ୍ରମ ମୁମ୍ବାଇରେ ଅନୁଷ୍ଠିତ ହୋଇଛି । ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଷ୍ଟାରଙ୍କ ଗହଳି ଜମିଛି । ମାଧୁରୀ ଦିକ୍ଷିତ ନେନେ, ଅନୀଲ କପୁର, ଅଭିଶେକ ବଚ୍ଚନ,କରୀନା କପୁର । ଏଥିସହ ହଲିଉଡ କଳାକାର କ୍ରିଷ୍ଟିଆନ ବଲେ, ଫେରିଡା ଫିଟୋଂ, ରୋହନ ଚାନ୍ଦ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସିରିଜର ପପୁଲାର କ୍ୟାରେକ୍ଟର ବଲ୍ଲୁରେ ରହିଛି ମିଷ୍ଟର ଇଣ୍ଡିଆ ଅନୀଲ କପୁରଙ୍କ ଆୱାଜ ଶୁଣିବାକୁ ମିଳିଛି । ଅନ୍ୟପଟେ ବଘେରା କ୍ୟାରେକ୍ଟରରେ ଅଭିଶେକ ବଚ୍ଚନ କଣ୍ଠଦାନ କରିଛନ୍ତି । ସେହିପରି ଧକଧକ ଗର୍ଲଙ୍କ ମାଧୁରୀ ଦିକ୍ଷିତ ନେନେଙ୍କ ଆୱାଜ ଶୁଣିବାକୁ ମିଳିବ ଆନିମଲ କ୍ୟାରେକ୍ଟର ନିଶାରେ ।

ସେହିପରି ବଲଉଡ ବେଗମ କରୀନା କପୁର ଖାନ ସିରିଜର ମୋଷ୍ଟ ଇଟେଂ୍ରଷ୍ଟିଙ୍ଗ ରୋଲ କାରେ କରିଛନ୍ତି କଣ୍ଠଦାନ । ପ୍ରଥମ ଥର ପାଇଁ କୌଣସି ଆନିମେଟେଡ ଫିଲ୍ମରେ କଣ୍ଡଦାନ କରି ବେଶ ଉତ୍ସାହିତ ଅଛନ୍ତି ବଲିଉଡ କଳାକାର । ଆଣ୍ଡି ସରିକ୍ସ ନିର୍ଦ୍ଦେଶିତ ମୋଗଲି ଡିସେମ୍ବର ୭ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More