Only for Entertainment

ହ୍ରିତିକ ରୋଶନ-ଜନ ଆବ୍ରାହମଙ୍କ ପରେ ଏବେ ଏହି ଅଭିନେତାଙ୍କ ସହିତ ସ୍କ୍ରିନ ସେୟାର କରିବେ ମୃଣାଳ ଠାକୁର

DNA India
32

ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ୨୦୧୯ ଏପର୍ଯ୍ୟନ୍ତ ଭଲ ରହିଛି । ସୁପର ୩୦ ଓ ବାଟଲା ହାଉସ ପରି ଦୁଇ ଦୁଇଟି ବଡ ଫିଲ୍ମରେ ଲିଡ ରୋଲରେ ନଜର ଆସିବା ପରେ ଏବେ ମୃଣାଳ ଏବେ ନିଜର ଆଗାମୀ ପ୍ରୋଜେକ୍ଟ ସହିତ ଦର୍ଶକଙ୍କୁ ଏଣ୍ଟରଟେନ କରିବା ପାଇଁ ପ୍ରସ୍ତୁତ । ହ୍ରିତିକ ରୋଶନ ଓ ଜନ ଆବ୍ରାହମଙ୍କ ପରି ସୁପରଷ୍ଟାରଙ୍କ ସହିତ କାମ କରିବା ପରେ ମୃଣାଳ ନିଜର ଆଗାମୀ ଫିଲ୍ମରେ ଅହଭିନେତା ଫରହାନ ଅଖତରଙ୍କ ସହିତ ନଜର ଆସିବେ ।

ନିକଟରେ ଅଭିନେତା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ ‘ତୁଫାନ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଥିଲା । ଏହି ଫିଲ୍ମରେ ହିଁ ମୃଣାଳ ଫରହାନଙ୍କ ଅପୋଜିଟରେ ନଜର ଆସିବେ ।

 

ଏହି ଫିଲ୍ମରେ ଫରହାନ ଅଖତର ଜଣେ ବକ୍ସର ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ଭାଗ ମିଲଖା ଭାଗର ନିର୍ଦ୍ଦେଶକ ରାକେଶ ଓମ ପ୍ରକାଶ ମେହରା । ଫିଲ୍ମରେ ଫରହାନ ଏବଂ ମୃଣାଳଙ୍କ ବ୍ୟତିତ ପରେଶ ରାୱଲ, ଇଶା ତଲୱାର ଏବଂ ସୁପ୍ରିୟା ପାଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More