Only for Entertainment

ଗ୍ରାଉଣ୍ଡରେ ଝିଅ ଜିଭାଙ୍କ ସହିତ ମସ୍ତି ମୁଡରେ ଧୋନୀ, ଭିଡିଓ ହେଲା ଭାଇରାଲ

ndtv
0 47

ଚେନ୍ନାଇ ସୁପର କିଙ୍ଗସ ଏବଂ ପଂଜାବ ମଧ୍ୟରେ କାଲି ଅର୍ଥାତ ୨୧ ମଇରେ ଦ୍ୱିତୀୟ ମ୍ୟାଚରେ ଖୋଳାଯାଇଥିଲା । ଏହି ମ୍ୟାଚରେ ଧୋନୀଙ୍କ ଛକା ସହିତ ଚେନ୍ନାଇ ୫ ୱିକେଟରେ ମ୍ୟାଚକୁ ଯିତି ନେଇଥିଲା । ଏହା ସହିତ କିଙ୍ଗସ ଇଲେଭେନ ପଂଜାବ ଆଇପିଏଲର କ୍ୱାଟର ଫାଇନାଲରୁ ବାଦ ପଡିଛି ।

ମ୍ୟାଚ ପରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି । ଏହି ଭିଡିଓରେ ଜିଭା ପାପା ଧୋନୀଙ୍କ ସହିତ ମସ୍ତି କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଖେଳାଳୀ ମାନେ ପ୍ରେଜେଣ୍ଟେସନ ପାଇଁ ଠିଆ ହୋଇଥିବା ବେଳେ ଜିଭା ଧୋନୀଙ୍କୁ ଦେଖାକରିବା ପାଇଁ ଗ୍ରାଉଣ୍ଡରେ ପହଁଚିଥିଲେ ।

 

A post shared by Ziva ❤ (@ziva.dhoni) on

ଧୋନୀ ମଧ୍ୟ ଗ୍ରାଉଣ୍ଡରେ ବସି ଝିଅ ଜିଭାଙ୍କ ସହିତ ଖୁବ ମସ୍ତି କରିଥିଲେ । ଜିଭା ଧୋନୀ ପିନ୍ଧିଥିବା କ୍ୟାପକୁ ଟାଣୁଥିବାର ଦେଖିବାକୁ ମିଳିଛି । ଦୁହିଁଙ୍କର ଏହି ମସ୍ତିଭରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ମଧ୍ୟ ଜିଭାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକେ ମଧ୍ୟ ସେବୁକୁ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More