Only for Entertainment

ଧୋନୀଙ୍କ ବଡ ନିଷ୍ପତ୍ତି, ୱେଷ୍ଟଇଣ୍ଡିଜ ଗସ୍ତରେ ଟିମ ସହ ନଜର ଆସିବେ ନାହିଁ !

74

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨ ମାସ ପାଇଁ ବିଶ୍ରାମ ନେବାକୁ ଘୋଷଣା କରିଥିଲେ | ଯାହାପରେ ଘୋଷିତ ହୋଇଥିବା ୱେଷ୍ଟଇଣ୍ଡିଜ ଦଳରେ ଧୋନିଙ୍କର ନାମ ନଥିଲା | ଏବେ ଆଗାମୀ ୨ ମାସ ପାଇଁ ଧୋନି ସେନା ସହ ସମୟ ବିତାଇବେ | ମିଳିଥିବା ସୂଚନା ମୁତାବକ ଧୋନି ଭାରତୀୟ ସେନା ସହ ଟ୍ରେନିଂ କରିବାକୁ ଅନୁମତି ମାଗିଥିଲେ | ସ୍ଥଳ ସେନା ମୁଖ୍ୟ ବିପିନ ରାବତ ଏ ନେଇ ଅନୁମତି ଦେଇଛନ୍ତି |

ସ୍ଥଳ ସେନା ମୁଖ୍ୟଙ୍କ ଅନୁମତି ପରେ ଏଣିକି ଧୋନି ପାରାଚ୍ୟୁଟ ରେଜିମେଣ୍ଟ ବାଟାଲିୟନ ସହ ଟ୍ରେନିଂ ନେବେ | ଆଶା କରାଯାଉଛି ନିଜ ଟ୍ରେନିଙ୍ଗର କିଛି ସମୟ ସେ ଜାମ୍ମୁ-କାଶ୍ମୀରରେ ମଧ୍ୟ ପୁରା କରିବେ | ତେବେ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଧୋନି ସେନା ସହ ଟ୍ରେନିଂ ନେଲେ ବି କୌଣସି ଅପରେସନରେ ସାମିଲ ହେବେ ନାହିଁ |

ଏଠାରେ ସୂଚନା ଥାଉ କି ଧୋନି ଟେରିଟୋରିୟଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲେଫ୍ଟନେଣ୍ଟ କର୍ଣ୍ଣଲ ମଧ୍ୟ ଅଛନ୍ତି |

ତେବେ ଆଗାମୀ ୨ ମାସ ପାଇଁ ଧୋନି ନିଜ ରେଜିମେଣ୍ଟ ସହ ସମୟ ବିତାଇବେ | ବିଶ୍ୱକପରେ ଧୋନିଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା | ଧୋନି ସନ୍ୟାସ ନେଇଯାଆନ୍ତୁ ବୋଲି କିଛି ଲୋକ କହିଥିଲେ | କିନ୍ତୁ ଧୋନି ବର୍ତ୍ତମାନ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More