Only for Entertainment

ଧୋନିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ପରେ ନିର୍ମାଣ ହେବାକୁ ଯାଉଛି ଏହାର ସିକ୍ୱଲ ।

you tube
0 70

ଭାରତରେ ଯେତିକି ପରିମାଣରେ କ୍ରିକେଟର କ୍ରେଜ ଦେଖିବାକୁ ମିଳିଥାଏ ତାହାଠାରୁ ଅଧିକ କ୍ରେଜ ଟିମ ଇଣ୍ଡିଆକୁ ୱାଲ୍ଡ ଚାମ୍ପିଅନ କରିଥିବା ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କର ରହିଛି । ଏହି କାରଣ ପାଇଁ ତ ୨୦୧୬ରେ ଧୋନିଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସରେ କମାଲ କରିଥିଲା । ଏହି ଫିଲ୍ମରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଧୋନିଙ୍କ ଭୂମିକାରେ ନଜର ଆସିଥିଲେ । ଏବେ ଧୋନିଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର ଆସିଯାଇଛି । ଇଂଗ୍ରାଜୀ ୱେବସାଇଟ ମିଡ ଡେ ଅନୁସାରେ ମହେନ୍ଦର ସିଂ ଧୋନିଙ୍କ ଉପରେ ସିକ୍ୱଲ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ।

mahi

ଖବର ଅନୁସାରେ ଆଗାମୀ ଫିଲ୍ମରେ ଧୋନିଙ୍କ କ୍ୟାପଟେନରେ ଟିମ ଇଣ୍ଡିଆ ୱାଲ୍ଡ ଚାମ୍ପିଅନ ହେବା ପରର କାହାଣୀ ଦେଖିବାକୁ ମିଳିବ । ମହେନ୍ଦ୍ର ସିଂଙ୍କ କ୍ରିକେଟିଂ କ୍ୟାରିୟର ବ୍ୟତିତ ଏହି ସିକ୍ୱଲ ଫିଲ୍ମରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦେଖିବାକୁ ମିଳିବ । ମିଡ ଡେ ରିପୋର୍ଟ ଅନୁସାରେ ଅଗାମୀ ପାର୍ଟରେ ଧୋନିଙ୍କ କ୍ୟାପଟେନରେ ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସ ଚମ୍ପିଆନ ହେବା ମଧ୍ୟ ସ୍ଥାନ ପାଇବ ।

M.S.Dhoni promotion

କେବଳ ଏତିକି ନୁହେଁ ୨୦୧୫ରେ ୱାଲ୍ଡ କପ ସେମିଫିନାଲେ ପର୍ଯ୍ୟନ୍ତ ଭାରତର ଯାତ୍ରା ମଧ୍ୟ ଦେଖିବାକୁ ମିଳିବ । ଆଗାମୀ ଫିଲ୍ମରେ ଧୋନିଙ୍କ ରୂପରେ ସୁଶାନ୍ତ ସିଂ ରାଜପୁତଙ୍କୁ ଦେଖିବାକୁ ମିଳିବ । ଏହି ଖବର ଶୁଣିବା ପରେ ଧୋନିଙ୍କ ଫ୍ୟାନମାନଙ୍କ ମନରେ ଉତ୍ସାହ ନିଶ୍ଚିତ ଭାବେ ଖେଳିଯାଇଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More