Only for Entertainment

ଅଜୟ ଦେବଗନଙ୍କ ଟିଭି ସିରିଜରେ ସ୍ୱାମୀ ରାମଦେବଙ୍କ ଅଭିନୟ କରିବେ କ୍ରାନ୍ତି ପ୍ରକାଶ ଝା ।

cloudfront
0 36

ଗତ କିଛି ଦିନ ତଳେ ସଫଳତା ପାଇଥିବା ଧୋନିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ ଚଳଚିତ୍ର‘ଏମଏସ ଧୋନି- ଦ ଅନଟୋଲ୍ଡ ଷ୍ଟୋରି’ ଫେମ କ୍ରାନ୍ତି ପ୍ରକାଶ ଝା ଖୁବ ଶୀଘ୍ର ରାମଦେବଙ୍କ ଚରିତ୍ରରେ ନଜରକୁ ଆସିବେ । ୨୦୧୬ରେ ପରଦାକୁ ଆସିଥିବା ଚଳଚିତ୍ର‘ଏମଏସ ଧୋନି- ଦ ଅନଟୋଲ୍ଡ ଷ୍ଟୋରି’ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରିସାରିଛନ୍ତି କ୍ରାନ୍ତି । ଏହି ଚଳଚିତ୍ରରେ କ୍ରାନ୍ତି ଧୋନିଙ୍କ ଉତ୍ତମ ବନ୍ଧୁ ସନ୍ତୋଷ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ସ୍ୱାମୀ ରାମ ଦେବଙ୍କ ଉପରେ ଆଧାରିତ ଏକ ଟିଭି ସିରିଜ ‘ସ୍ୱାମୀ ରାମଦେବ-ଏକ ସଂଘର୍ଷ’ରେ କ୍ରାନ୍ତି ପ୍ରକାଶ ସ୍ୱାମୀ ରୂପେ ନଜରକୁ ଆସିବେ ।

kranti-prakash-jha-to-play-the-title-role-in-swami-ramdev-ek-sangharsh

ଏହି ସୋ ରେ କ୍ରାନ୍ତି ଅନେକ ପ୍ରକାର ଯୋଗାସନରେ ନଜରକୁ ଆସିବେ । ‘ସ୍ୱାମୀ ରାମଦେବ- ଏକ ସଂଘର୍ଷ’ ଏକ ପ୍ରେରଣାତ୍ମକ ଲିଖିତ ଜୀବନୀ ଉପରେ ଆଧାରିତ କାହାଣୀ ଅଟେ । ଏହି ସୋ ୱାଟରେଜ ପ୍ରଡକସନ ସହ ଅଜୟ ଦେବଗନଙ୍କୁ ସମ୍ପାଦିତ କରାଯାଇଛି । ‘ସ୍ୱାମୀ ରାମଦେବ – ଏକ ସଂଘର୍ଷ’ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ସୋ’ର କ୍ଷମତା ରହିଛି ବୋଲି ଅଜୟ ଦେବଗନ ନିଜର ମତପ୍ରକାଶ କରିଛନ୍ତି ।

ଏହି ଅଭିନୟ ପାଇଁ ସ୍ୱାମୀଙ୍କ ପ୍ରତିରୂପ ନୂଆ ଚେହେରା ସନ୍ଧାନ କରାଯାଇଥିଲା । ଏକ ପ୍ରାକୃତିକ ମହାନ ବ୍ୟକ୍ତିତ୍ୱକୁ ଅଭିନୟ କରିବା ଏତେ ସହଜସାଧ୍ୟ ନୁହେଁ । କ୍ରାନ୍ତି ଏହି କାର୍ଯ୍ୟକୁ ଉତ୍ତମ ରୂପେ ତୁଲାଇବାକୁ ନେଇ ପ୍ରସ୍ତୁତ ବୋଲି କହି ଅଜୟ ଦେବଗନ ଖୁସି ଅନୁଭବ କରିଛନ୍ତି । ସେପଟେ ପ୍ରସିଦ୍ଧ ଯୋଗ ଗୁରୁ ରାମଦେବଙ୍କ କହିବା ଅନୁସାରେ, କ୍ରାନ୍ତିଙ୍କ ସ୍ମରଣ ଶକ୍ତିକୁ ପ୍ରଶଂସା କରିଛନ୍ତି । କାରଣ କ୍ରାନ୍ତି ସମସ୍ତ ଶ୍ଳୋକକୁ ସଂପୂର୍ଣ୍ଣଭାବେ ମନେ ରଖି କହୁଥିବା ଦେଖି ସ୍ୱାମୀ ପ୍ରଭାବିତ ବୋଲି ମତ ପ୍ରକାଶ କରିଛନ୍ତି । ଏବଂ ତାଙ୍କର ସଠିକ ପରିଶ୍ରମ ପାଇଁ ସ୍ୱାମୀ ଅନେକ ପ୍ରଶଂସା କରିଛନ୍ତି ।

ଏପଟେ ଏହି ଚରିତ୍ରକୁ ପରଦାରେ ପ୍ରଦର୍ଶନ କରିବା ଏକ ବଡ ପଦକ୍ଷେକ ବୋଲି କ୍ରାନ୍ତି ଦର୍ଶାଇଛନ୍ତି । ଏବଂ ସେ ଏଥିପାଇଁ ନିଜର ବେଷ୍ଟ ଦେବେ ବୋଲି କଠିନ ପ୍ରୟାସ ଚଳାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More