Only for Entertainment

ଛୁଆଙ୍କ ଗାଡିରେ ଧୋନୀଙ୍କ ପତ୍ନୀ, ପଛରେ ଦୌଡି ଜିଭା କଲେ ଏହି କାମ, ଦେଖନ୍ତୁ ଭିଡିଓ

ndtv
35

କ୍ରିକେଟ ବିଶ୍ୱକପରେ ଭାରତୀୟ ଟିମର ପ୍ରଦର୍ଶନ ଜବରଦସ୍ତ ରହିଛି । ପଏଣ୍ଟ ଟେବୁଲରେ ଭାରତୀୟ ଟିମ ଏବେ ଟପ ୪ରେ ରହିଛି । ଟିମ ଇଣ୍ଡିଆକୁ ସପୋର୍ଟ କରିବା ପାଇଁ ଖେଳାଳିମାନଙ୍କ ପତ୍ନୀମାନେ ମଧ୍ୟ ଲଣ୍ଡନରେ ପହଁଚିଛନ୍ତି । ଏମଏସ ଧୋନୀଙ୍କ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ଭାରତକୁ ସପୋର୍ଟ କରିବା ପାଇଁ ସେଠାରେ ପହଁଚିଛନ୍ତି । ଭାରତର ପ୍ରତ୍ୟେକ ମ୍ୟାଚରେ ସାକ୍ଷୀ ଷ୍ଟାଡିୟମରେ ବସି ଚିୟର କରୁଥିବା ନଜର ଆସିଥାନ୍ତି ।

ଇତି ମଧ୍ୟରେ ସାକ୍ଷୀ ଏବଂ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାକ୍ଷୀ ସିଂ ଧୋନି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସାକ୍ଷୀ ଛୁଆଙ୍କ ଗାଡିରେ ବସି ବୁଲୁଥିବାର ନଜର ଆସିଛନ୍ତି । ସାକ୍ଷୀଙ୍କୁ ଧରିବା ପାଇଁ ଜିଭା ତାଙ୍କ ପଛରେ ଦୌଡୁଥିବାର ନଜର ଆସିଛନ୍ତି । ଭିଡିଓରେ ଜିଭା ଖୁବ କ୍ୟୁଟ ଲାଗୁଛନ୍ତି ।

 

 

View this post on Instagram

 

What a day ! #babiesdayout

A post shared by Sakshi Singh Dhoni (@sakshisingh_r) on

ଏହା ପୂର୍ବରୁ ଜିଭାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିକଟରେ ଜିଭା ୱିକେଟ କିପର ଋଷଭ ପନ୍ତଙ୍କ ସହିତ ମସ୍ତି କରିଥିବାର ନଜର ଆସିଥିଲେ ଏହି ମସ୍ତିଭରା ଭିଡିଓ ଖୁବ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More