Only for Entertainment

ଏମ୍‌ଟିଭିର ଲୋକପ୍ରିୟ ରିୟାଲିଟି ସୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ର ବିଜେତା ହେଲେ ସଲମାନ, ହାରିଲେ ପ୍ରକୃତି !

20

ଅଗଷ୍ଟ ୨୪, ୨୦୧୯ରେ ଆରମ୍ଭ ହୋଇଥିଲା ଏମ୍‌ଟିଭିର ଲୋକପ୍ରିୟ ରିୟାଲିଟି ସୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ । ଏହି ସୋ’ରେ ଦେଶର ବିଭିନ୍ନ କୋଣରୁ ପ୍ରତିଯୋଗୀମାନେ ଆସି ଯୋଗ ଦେଇଥିବା ବେଳେ ଓଡ଼ିଶାରୁ ଅଂଶଗ୍ରହଣ କରିଥିଲେ ଓଲିଉଡ୍‌ ଓ ହୀନ୍ଦି ଧାରାବାହିକ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏବେ ସୋ’ଟି ଶେଷ ହୋଇଥିବା ବେଳେ ଏହାର ବିଜେତା ହୋଇଛନ୍ତି ହାଇଦ୍ରାବାଦ୍‌ର ସଲମାନ ଜୈଦୀ । ତେବେ ବହୁତ ଭଲ ପ୍ରଦର୍ଶନ ପରେ ସୋ’ ଜିତି ନ ପାରିଥିଲେ ମଧ୍ୟ ସୋ’ ମଧ୍ୟରେ ରହି ଦେଶର କୋଟି କୋଟି ଜନତାଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ସୋ’ ମଧ୍ୟରେ ତାଙ୍କର ଯେଉଁଭଳି ପ୍ରଦର୍ଶନ ରହିଥିଲା, ତାହାକୁ ସମସ୍ତେ ପସନ୍ଦ କରିଥିଲେ । ଏମିତି କି ତାଙ୍କୁ ବାସ୍ତବିକ ମଣିଷର(ମୋଷ୍ଟ ଜେନୁଯିନ୍‌ ପର୍ସନ) ଟ୍ୟାଗ୍‌ ମଧ୍ୟ ମିଳିଥିଲା । ସୋ’ରେ ସେ ନିଜ କଥା ଠିକ୍‌ ଭାବରେ ରଖିବା ସହ ଜଣେ ଭଲ ବନ୍ଧୁ ଭାବରେ ସେ ସମସ୍ତଙ୍କ ସାଥ୍‌ ଦେଇଥିବାର ଦେଖାଯାଇଥିଲା । କିନ୍ତୁ ସୋ’ର ଶେଷ ସୋପାନ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ସେ ବିଜେତା ବନି ପାରି ନଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲେ ମଧ୍ୟ ସେ ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More