Only for Entertainment

ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମୋଗଲାଇ ଆଳୁ ମଟର ।

Yumrecipe | Quick, Easy, Free Veg NonVeg Recipes Videos and Tips
37

ଆଳୁ ମଟର ତରକାରୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଶିଖାଇବୁ ମୋଗଲାଇ ଆଳୁ ମଟର । ଏହା ଖାଇବା ପାଇଁ ଖୁବ ସ୍ୱାଦିଷ୍ଟ । ଆସନ୍ତୁ ଆଲୋଚନା କରିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ପ୍ରଥମେ ୪୦ ମିଲି କ୍ଷୀରରେ କିଛି କେଶର ବା ସାଫ୍ରନ ପକାଇ ୨୦ରୁ ୨୫ ମିନିଟ ପାଇଁ ରଖନ୍ତୁ । ଏବେ ଏକ କଡ଼ାଇ ଗରମ କରି ତେଲ ପକାନ୍ତୁ ଓ ସେଥିରେ ୧ ଚାମଚ ସୋରିଷ, ୧ ଚାମଚ ଜିରା, ଦେଢ ଚାମଚ ଅଦା, ଦେଢ ଚାମଚ ରସୁଣ, ୧ ଚାମଚ କଟା କଂଚା ଲଙ୍କା ଏବଂ ୫ରୁ ୬ଟି ଭୃସଙ୍ଗ ପତ୍ର । ଏହାପରେ ୧୭୦ ଗ୍ରାମ କଟା ପିଆଜ ପକାଇ ଗୋଲଡେନ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ୨୫୦ ଗ୍ରାମ କଟା ଟମାଟୋ ପକାନ୍ତୁ । ଏବେ ୫ରୁ ୬ ମିନିଟ ପର୍ଯ୍ୟନ୍ତ କଷନ୍ତୁ । ୨ ଚାମଚ ଦହି ମଧ୍ୟ ପକାନ୍ତୁ । ଅଧ ଚାମଚ ହଳଦୀ ଓ ୧ ଚାମଚ ଲୁଣ ପକାନ୍ତୁ । ଏବେ ୧୨୦ ମିଲି ପାଣି ଏବଂ ପ୍ରସ୍ତୁତ ରଖିଥିବା କ୍ଷୀର ପକାନ୍ତୁ । ଏହାପରେ ୫୦୦ ଗ୍ରାମ ଆଳୁ ଏବଂ ୩୦୦ ଗ୍ରାମ ମଟର ପକାଇ ଘୋଡ଼ାଇ ଦିଅନ୍ତୁ । ୧୦ ମିନିଟ ପରେ ଢାଙ୍ଗୁଣି ବାହାର କରି ଏହାକୁ ଭଲ ଭାବରେ ମିଶାନ୍ତୁ । ଏବେ ୧ ଚାମଚ ଧନିଆ ଗୁଣ୍ଡ ପକାନ୍ତୁ । ଏହାକୁ ଆଂଚରୁ ବାହାର କରି ଧନିଆପତ୍ର ପକାଇ ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More