Only for Entertainment

ମହାପ୍ରଭୁଙ୍କ ଦର୍ଶନ କରି , ଝିଅ ବିବାହ ନିମନ୍ତ୍ରଣ କାର୍ଡ ଦେଲେ ମୁକେଶ ଅମ୍ବାନୀ !

32

ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଝିଅ ବାହାଘର ନିମନ୍ତ୍ରଣ ପତ୍ର ଅର୍ପଣ କରିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସୋମବାର ଅପରାହ୍ନ ୩.୩୦ ମିନିଟ୍‌ରେ ମୁକେଶ ଆମ୍ବାନୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସିଂହଦ୍ୱାରରେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇ ଏକ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା। ଏହାପରେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ଭିତରକାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଆମ୍ବାନୀଙ୍କର କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର ତାଙ୍କଠାରୁ ଝିଅ ନିମନ୍ତ୍ରଣ ପତ୍ର ଗ୍ରହଣ କରି ଲାଗି କରିଥିଲେ। ଏହାପରେ ଗୁଆ ଓ ଆଜ୍ଞାମାଳ ଆମ୍ବାନୀଙ୍କୁ ପ୍ରଦାନ କରାଯାଇଥିଲା। ଦର୍ଶନ ଓ ପୂଜାର୍ଚ୍ଚନା ପରେ ସେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ। ଏହାପରେ ସେ କୌଳିକ ପଣ୍ଡାଙ୍କ ଯାତ୍ରୀ ଖାତାରେ ଦସ୍ତଖତ ନେବା ସହ ଦକ୍ଷିଣା ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More