Only for Entertainment

ଈଶାଙ୍କ ବିବାହକୁ ନେଇ ପ୍ରସ୍ତୁତ ଅମ୍ବାନୀ ପରିବାର, ସିଦ୍ଧି ବିନାୟକ ମନ୍ଦିରରେ ଦେଲେ ପ୍ରଥମ ନିମନ୍ତ୍ରଣ କାର୍ଡ !

AAJTAK
30

ମୁକେଶ ଅମ୍ବାନୀ ଏବ ନୀତା ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହ ବିଜନେସ ଟାଇକୁନ ଆନନ୍ଦ ପୀରମଲଙ୍କ ସହ ହେବାକୁ ଯାଉଛି । ଏହି ବିବାହର କାର୍ଡ ଛପା ଯାଇସାରିଲାଣି ଏବଂ ରୀତି ଅନୁସାରେ ଏହି ବିବାହର ପ୍ରଥମ କାର୍ଡ ଗଣେଶ ପ୍ରଭୁଙ୍କୁ ଦିଆଯାଇଛି । ସୋମବାର ଦିନ ଈଶା ବିବାହ ନିମନ୍ତ୍ରଣ କାର୍ଡ ନେଇ ଆଶୀର୍ବାଦ ନେବା ଲାଗି ମୁମ୍ବାଇ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପହଂଚିଥିଲେ ।

ନୀତା ଅମ୍ବାନୀ ହାତରେ ପୂଜା ଥାଳି ନେଇ ପରିବାର ସହ ଭଗବାନଙ୍କ ଦର୍ଶନ ପାଇଁ ପହଂଚିଥିଲେ । ପାରମ୍ପାରିକ ପୋଷାକ ପରିଧାନ କରିଥିବା ନଜର ଆସିଥିଲେ ନୀତା ଅମ୍ବାନୀ ।

ଏହି ଶୁଭ ଅବସରରେ ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ମା କୋକିଲା ବେନ ଅମ୍ବାନୀ ଏବଂ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ନଜର ଆସିଥିଲେ । ଏବେ ପର୍ଯ୍ୟନ୍ତ ବିବାହର ଅଫିସିଆଲ ଡେଟ ସାମ୍ନାକୁ ଆସିନାହିଁ । ମାତ୍ର ଅନୁମାନ ଲଗାଯାଉଛି ଯେ ଚଳିତ ବର୍ଷ ଡିସେମ୍ବରରେ ବିବାହ କରି ପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More