Only for Entertainment

ମୁକେଶ ଅମ୍ବାନୀଙ୍କ ପୁଅ ଶ୍ଳୋକା ମେହେତାଙ୍କୁ କରିବେ ବିବାହ !

panjab keshri
0 132

ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗଣମାଧ୍ୟମ ତଥ୍ୟ ମୁତାବକ, ଆକାଶଙ୍କ ବିବାହା ହୀରା ବ୍ୟବସାୟୀ ଏବଂ ରୋଜି ବ୍ଲୁ ମାଲିକଙ୍କ ସବୁଠାରୁ ସାନ ଝିଅ ଶ୍ଳୋକା ମେହେତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବେ ପର୍ଯ୍ୟନ୍ତ ଅମ୍ବାନୀ ପରିବାର କିମ୍ବା ମେହେତା ପରିବାରଠାରୁ ଏହି ଖବରର କୌଣସି ଟିପ୍ପଣୀ ମିଳିନାହିଁ ।

ଆକାଶ ଏବଂ ଶ୍ଳୋକା ଧୀରୁଭାଇ ଅମ୍ବାନୀ ସ୍କୁଲରେ ଦୁହେଁ ପାଠ ପଢୁଥିଲେ । ଆଜି ଆକାଶ ଜିଓ ରିଲାଏନ୍ସର ସଦସ୍ୟ ଅଟନ୍ତି । ମାତ୍ର ଶ୍ୱେତା ଫ୍ୟାମିଲି ବ୍ୟବସାୟରେ ଯୋଗ ଦେବା ପରିବର୍ତ୍ତେ ଏକ ଚ୍ୟାରିଟି ସଂସ୍ଥା ଖୋଲିଛନ୍ତି । ଶ୍ଳୋକା କନେକ୍ଟଫର ସଂସ୍ଥାର ସହ-ସଂସ୍ଥାପକ ଅଟନ୍ତି । ଯଦି ସତରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହେବା ଲାଗି ଯାଉଛନ୍ତି ତେବେ ଯୋଡି ବେଶ ଜମିବ । ଜଣେ ବ୍ୟବସାୟକୁ ଆଗକୁ ବଢାଇଲା ବେଳେ ଅନ୍ୟ ଜଣେ ଲୋକଙ୍କର ଆଶୀର୍ବାଦ ସାଉଂଟିବେ ।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏ ଦୁହେଁ ଚଳିତ ବର୍ଷ ଡୀସେମ୍ବର ମାସରେ ବିବାହ କରିପାରନ୍ତି । ଏହାବ୍ୟତିତ ୨୪ମାର୍ଚ୍ଚରେ ଦୁହିଁଙ୍କର ନିର୍ବନ୍ଧ ହେବାର ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More