Only for Entertainment

ଅନନ୍ତ ଅମ୍ବାନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ । ନିର୍ବନ୍ଧ ଖବର ନେଇ ଚର୍ଚ୍ଚାରେ ଅମ୍ବାନୀଙ୍କ ପୁଅ

zeenews
0 62

ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବେ ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି । କଥା ହେଉଛି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାପରେ କଥା ଚାରିଆଡେ ବ୍ୟାପିଛି ଯେ ସେ ମଧ୍ୟ ନିର୍ବନ୍ଧ କରିସାରିଛନ୍ତି । ମାତ୍ର, ପରିବାର ଲୋକଙ୍କ କହିବା ମୁତାବକ ଏହା କେବଳ ଗୋଟେ ଉଡା କଥା ଏହାବ୍ୟତୀତ ଆଉ କିଛି ନୁହେଁ । ଏକ ଫଟୋ ପୋଷ୍ଟ ହେଲା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବସାୟୀ ବିରେନ ମର୍ଚାଂଟଙ୍କ ଝିଅ ରାଧିକା ମର୍ଚାଂଟ ଅନନ୍ତଙ୍କର ଜଣେ ଭଲ ବାନ୍ଧବୀ ଅଟନ୍ତି । ମାତ୍ର ନିର୍ବନ୍ଧକୁ ନେଇ ଏବେ ଯାଏଁ କେଟଣସି ସଠିକ ଖବର ସାମ୍ନାକୁ ଆସିନାହିଁ ।

ଡିସେମ୍ବର ମାସରେ ଅମ୍ବାନୀ ପରିବାରର ପୁଅ ଏବଂ କନ୍ୟାଙ୍କର ଏକାସହ ବିବାହ ହେବାର ଥିଲା ମାତ୍ର ଏବେ ଅମ୍ବାନୀଙ୍କ ଆଉ ଏକ ପୁଅର ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି ।

ଗୁଜୁରାଟର ଦ ହିନ୍ଦୁ ଖବରକାଗଜ ରିପୋର୍ଟ ମୁତାବକ ମହେଶ ଲାଙ୍ଗା ୯ମେ’ରେ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ଲେଖା ଥିଲା ଅନନ୍ତ ରାଧିକା ମର୍ଚାଂଟଙ୍କୁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହାପରେ ସେ ମାର୍ଚ୍ଚରେ ଏକ ସାକ୍ଷାତକାର ଭିଡିଓ ମଧ୍ୟ ସେୟାର କରିଥିଲେ । ସେବେଠାରୁ ହିଁ ତାଙ୍କର ନିର୍ବନ୍ଧ ଖବର ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ଏହା ବିଷୟ ସମ୍ପର୍କରେ କୌଣସି ସଠିକ ଖବର ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More