Only for Entertainment

୧୨ ଡିସେମ୍ବରରେ ବିବାହ କରିବେ ଇଶା ଅମ୍ବାନୀ, ଆରମ୍ଭ ହେଲା ପ୍ରସ୍ତୁତି ।

weddingsutra
25

ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ୧୨ ଡିସେମ୍ବରରେ ଆନନ୍ଦ ପିରାମଲଙ୍କ ବିବାହ କରିବାକୁ ଯାଉଛନ୍ତି । ବିବାହ ପାଇଁ ଅମ୍ବାନୀ ପରିବାରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଉଦୟପୁରରେ ବିବାହ ପୂର୍ବର ରିତିନିତ ସମ୍ପର୍ଣ୍ଣ ହେବ । ଏହା ପରେ ମୁମ୍ବାଇରେ ଇଶା ଏବଂ ଆନନ୍ଦ ବିବାହ କରିବେ । କହିରଖୁଛୁ ଯେ, ଇଟାଲୀରେ ଇଶା-ଆନନ୍ଦଙ୍କ ଏନଗେଜମେଣ୍ଟ ସେରେମୋନୀ ହୋଇଥିଲା । ଏହି ସମାରୋହରେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ଲୋକ ଯୋଗ ଦେଇଥିଲେ ।

ଖବର ଅନୁସାରେ, ଇଶାଙ୍କ ବିବାହର ଫଙ୍କସନ ମୁମ୍ବାଇରେ ଅମ୍ବାନୀଙ୍କ ଘରେ ଶୁକ୍ରବାର ଠାରୁ ଆରମ୍ଭ ହୋଇସାରିଛି । ଇଶା ନିଜ ଜେଜେମା’ କୋକିଳାବେନ ଅମ୍ବାନୀଙ୍କ ଆଶୀର୍ବାଦ ସହ ବିବାହ ପୂର୍ବର ଫଙ୍କସନ ଆରମ୍ଭ କରିଥିଲେ । ଏହା ପରେ ବିବାହର ଗୋଟିଏ ପରେ ଗୋଟିଏ ସମାରୋହର ଆରମ୍ଭ ହେବ ।

isha

କହିରଖୁଛୁ ଯେ, ବିବାହ ପରେ ଇଶା ଏବଂ ଆନନ୍ଦ ମୁମ୍ବାଇର ବର୍ଲିରେ ସି ଫେସିଂ ଏକ ଆପାର୍ଟମେଣ୍ଟରେ ରହିବେ । ଏହା ଅମ୍ବାନୀଙ୍କ ଏଣ୍ଟିଲିଆ ପରି ଭବ୍ୟ ରହିବ । ପିରାମଲ ପରିବାର ୨୦୧୨ରେ ଏହି ପ୍ରପର୍ଟି କିଣିଥିଲେ । ଏହାର ମୂଲ୍ୟ ୪୫୦ କୋଟି । ଇଶାଙ୍କ ଶାଶୁ-ଶ୍ୱଶୁର ଏହି ଫ୍ଲାଟକୁ ବିବାହ ଉପହାର ରୂପେ ଇଶା ଆନନ୍ଦଙ୍କୁ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More