Only for Entertainment

ଏକ୍ସ ବଏଫ୍ରେଣ୍ଡକୁ ସାକ୍ଷାତ କରିବା ପାଇଁ ମହିଳା କଲେ ଅଜବ କାମ, ସାରା ସହର ଚିନ୍ତିତ

72

ଅଷ୍ଟ୍ରେଲିଆରେ ଜଣେ ମହିଳା ତାଙ୍କ ପୂର୍ବ ପ୍ରେମୀକକୁ ସାକ୍ଷାତ କରିବା ପାଇଁ ଅଜବ କାମ କରି ସାରିଛନ୍ତି । ପୂର୍ବ ପ୍ରେମକକୁ ଦେଖା କରିବା ପାଇଁ ସମସ୍ତ କାନ୍ଥରେ ମେସେଜ ଲେଖୁଛନ୍ତି ସେହି ମହିଳା ।ଯେଉଁଥିରେ ତାଙ୍କୁ ସାକ୍ଷାତ କରିବା ପାଇଁ ଅପିଲ କରୁଛନ୍ତି । ମହିଳା ଅଷ୍ଟ୍ରେଲିଆର ଫ୍ରଙ୍କଟାଉନର ପାର୍କ, ପବ୍ଲିକ ବାଥରୁମ, ବାରବିକ୍୍ୟୁ ଏବଂ ପ୍ରାୟ ପ୍ରତ୍ୟେକ କାନ୍ଥରେ ମେସେଜ ଲେଖୁଛନ୍ତି । ମେସେଜରେ ଏହା ଲେଖୁଛନ୍ତିଯେ କ୍ରିଶ, ବେବିକୁ ଏହି ଦୁନିଆକୁ ଆସିବା ପୂର୍ବରୁ ତୁମକୁ ମୋତେ ସାକ୍ଷାତ କରିବାକୁ ପଡ଼ିବ । ଏହାପରେ ଚିନ୍ତିତ ହେବା ଆବଶ୍ୟକ ନାହିଁ ।

ଏହି ମହିଳାଙ୍କ ଦ୍ୱାରା ଲେଖା ଯାଇଥିବା ମେସେଜର ଫଟୋ ଲୋକାମାନେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ମହିଳାଙ୍କୁ ପୋଲିସ ଗିରଫ କରି ସାରିଛି । ତାଙ୍କ ଉପରେ ଜାଣିଶୁଣି ସାର୍ବଜନୀନ ସମ୍ପତ୍ତିକୁ ନଷ୍ଟ କରିବାର ଅଭିଯୋଗ ଲାଗିଛି । ଅବଶ୍ୟ ଏବେ ସେ ଜାମିନରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More