Only for Entertainment

America’s Got Talentରେ ମୁମ୍ବାଇର ଡ୍ୟାନ୍ସ ଗ୍ରୁପ V Unbeatable ର ଧମାକା, ଫାଇନାଲରେ ହେଲା ଏଣ୍ଟ୍ରି

latestly
104

ମୁମ୍ବାଇର ପପୁଲାର ଡ୍ୟାନ୍ସ ଗ୍ରୁପ V Unbeatable ଏବେ ଆମେରିକାର ପପୁଲାର ଡ୍ୟାନ୍ସ ରିଅଲିଟି ଶୋ’ ‘America’s Got Talent’ରେ ମଧ୍ୟ ଧମାଲ ସୃଷ୍ଟି କରିଛି । ଏହି ଗ୍ରୁପ ନିଜର ଡ୍ୟାନ୍ସ ବଳରେ ସମସ୍ତଙ୍କ ହୃଦୟ ଜିତି ନେଇଛି । ଶୋ’ର ସେମିଫାଇନାରେ ଗ୍ରୁପ ଏପରି ପର୍ଫମ କରିଥିଲେ ଯେ ଜଜଙ୍କ ଠାରୁ ଆରମ୍ଭ କରି ସେଠାରେ ଉପସ୍ଥିତ ସମସ୍ତ ଦର୍ଶକ ଷ୍ଟାଣ୍ଡି ଓବେସନ ଦେଇଥିଲେ ।

ସେମିଫାଇନାଲରେ V Unbeatable ଗ୍ରୁପ ରଣବୀର ସିଂ ଏବଂ ଅର୍ଜୁନ କପୁରଙ୍କ ଫିଲ୍ମ ଗୁଣ୍ଡେର ଗୀତ ‘ଜଶ୍ନ-ଏ-ଇଶ୍କ’ରେ ଡ୍ୟାନ୍ସ କରିଥିଲେ । ୨୯ ମେମ୍ବର ଥିବା ଏହି ଗ୍ରୁପ ନିଜର ଡ୍ୟାନ୍ସ ଜରିଆରେ ସମସ୍ତଙ୍କ ମନ ଜିତି ନେଇ ଫାଇନାଲରେ ପ୍ରବେଶ କରିଛନ୍ତି ।

ଏହି ଡ୍ୟାନ୍ସ ଗ୍ରୁପର ପର୍ଫମାନ୍ସକୁ ନେଇ ବଲିଉଡ ଅଭିନେତା ବରୁଣ ଧୱନ ମଧ୍ୟ ଟ୍ୱିଟ କରି ସପୋର୍ଟ କରି ଭୋଟ ଦେବା ପାଇଁ ଫ୍ୟାନ୍ସଙ୍କୁ ଅପିଲ କରିଥିଲେ । କହିରଖୁଛୁ ଯେ, ଏହି ଡ୍ୟାନ୍ସ ଗ୍ରୁପ ଏହା ପୂର୍ବରୁ ଷ୍ଟାର ପ୍ଲସରେ ପରସାରିତ ଡ୍ୟାନ୍ସ ରିଅଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ ୪’ଭାଗ ନେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More