Only for Entertainment

ଏକତା କପୁରଙ୍କୁ ପିଛା କରୁଥିବା ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ ପୋଲିସ

44

ପ୍ରଯୋଜିକା-ନିର୍ଦ୍ଦେଶିକା ଏକତା କପୁରଙ୍କୁ ଜଣେ କ୍ୟାବ୍‌ ଚାଳକ ପିଛା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକତାଙ୍କ ଘରଠାରୁ ଆରମ୍ଭ କରି ସେ କେଉଁ ସ୍ଥାନକୁ ଯାଉଛନ୍ତି, ସେ ସବୁ ସ୍ଥାନରେ ଯାଇ ପହଞ୍ଚି ଯାଉଥିଲା କ୍ୟାବ୍‌ ଚାଳକ । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତର ନାଁ ରାଜେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଛି ।

ପୁଲିସ ଦେଇଥିବା ସୂଚନା ମୁତାବକ, ରାଜେନ୍ଦ୍ର ଗତ ୩୦ଦିନ ମଧ୍ୟରେ ଏକତାଙ୍କ ସହ ଦେଖା କରିବା ପାଇଁ ୩୦ଥର ପ୍ରୟାସ କରିଥିଲେ । କେବେ ମନ୍ଦିରରେ ତ କେବେ ଷ୍ଟୁଡିଓ ବାହାରେ ସେ ଏକତାଙ୍କ ସହ ସାକ୍ଷତ କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରଥମେ ଏକତା ଏହାକୁ ଅଣଦେଖା କରିଥିବା ବେଳେ ରାଜେନ୍ଦ୍ରଙ୍କୁ ସବୁ ସ୍ଥାନରେ ଦେଖି ସେ ପୁଲିସରେ ଅଭିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅଭିଯୋଗ ପରେ ଏବେ ମୁମ୍ବାଇ ପୁଲିସ ରାଜେନ୍ଦ୍ରଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି । ଏକତାଙ୍କ ସହ ଚିହ୍ନା ହୋଇ ରାଜେନ୍ଦ୍ର ତାଙ୍କୁ କାମ ମାଗିବାକୁ ଚାହୁଁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More