ଲୋକଙ୍କୁ ସଚେତନ କରିବା ପାଇଁ ମୁମ୍ବାଇ ପୋଲିସର ଭିନ୍ନ ପ୍ରୟାସ, ‘ରେସ-୩’ ପରେ ‘ଧଡକ’ ଡାଇଲଗକୁ କଲେ ବ୍ୟବହାର ।
ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଜାହ୍ନବୀ ଫିଲ୍ମ ‘ଧଡକ’ ଜରିଆରେ ଇଣ୍ଡଷ୍ଟ୍ରୀରେ ପାଦ ରଖିବେ । ଏହି ଫିଲ୍ମରେ ସେ ଇଶାନ ଖଟ୍ଟରଙ୍କ ସହିତ ନଜର ଆସିବେ । କିଛି ଦିନ ପୂର୍ବେ ଫିଲ୍ମର ଟ୍ରେଲର ରିଲିଜ କାରାଯାଇଛି । ଟ୍ରେଲର ରିଲିଜ କରାଯିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଲୋକ ମଜାକ ଉଡାଇଛନ୍ତି । ଲୋକଙ୍କ କହିବା ଅନୁସାରେ ଟ୍ରେଲରରେ ଦୁହିଁଙ୍କ ଇମୋଶନ ଦେଖିବାକୁ ମିଳିନାହିଁ ।
କିନ୍ତୁ ମୁମ୍ବାଇ ପୋଲିସ ‘ଧଡକ’ ର ଏକ ଡାଇଲଗକୁ ଲୋକଙ୍କୁ ସତେଚନା କରିବା ପାଇଁ ବ୍ୟବହାର କରିଛନ୍ତି । ମୁମ୍ବାଇ ପୋଲିସ ଶୁକ୍ରବାର ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଟ୍ରାଫିକ ବିଷୟରେ ସଚେତନ କରିବା ପାଇଁ ଧଡକର ଏକ ଡାଇଲଗ ବ୍ୟବହାର କରିଛନ୍ତି ।
ଦେଖନ୍ତୁ ଟ୍ୱିଟ-
Don’t underestimate the emotional quotient of traffic signals!! And their e-challan is anyways not too happy with your relationship #TrafficSignalMatters pic.twitter.com/FEEDOVYi6m
— Mumbai Police (@MumbaiPolice) June 22, 2018
ଏହା ପୂର୍ବରୁ ମୁମ୍ବାଇ ପୋଲିସ ରେସ-୩ରେ ଡେଜି ଶାହଙ୍କ ଡାଇଲଗକୁ ବ୍ୟବହାର କରିଥିଲେ ।
Mind your own data to make sure that no one else takes advantage of it to beat you in the #RaceOfSafety pic.twitter.com/WJ4ADZEl1a
— Mumbai Police (@MumbaiPolice) May 23, 2018