Only for Entertainment

ମୁମ୍ବାଇ ପୁଲିସ ବଂଚାଇଲା ପାଣିରେ ବୁଡି ଯାଉଥିବା କୁକୁରର ଜୀବନ !

47

ନିକଟରେ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅବସ୍ଥା ସଙ୍କଟାପନ୍ନ ହୋଇଗଲାଣି । କେତେ କାନ୍ଥ ଭୁଷୁଡି ପଡିଲାଣି ତ କେଉଁଠି ଶବର ସୁଅ ଛୁଟିଲାଣି । ପୁଲିସ ପ୍ରଶାସନ ନିଜ ତରଫରୁ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିପଡିଛନ୍ତି । ଏହିଭଳି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇ ପୁଲିସ କନେଷ୍ଟବଳ ପ୍ରକାଶ ପବାର ବର୍ଷା ପାଣିରେ ବୁଡିଥିବା କୁକୁରଙ୍କୁ ବଂଚାଉଥିବାର ନଜର ଆସିଛନ୍ତି ।

ଏହି ଭିଡିଓକୁ ଟ୍ୱିଟରରେ ମୁମ୍ବାଇ ପୁଲିସ ଶେୟାର କରିଛନ୍ତି । ଏହି ଘଟଣା ଅନେ୍ଧରୀ ଇଲାକାର ଅଟେ, ଯେଉଁଠି ଏକ କୁକୁର ପାଣିରେ ଫସି ଯାଇଛି ଏବଂ ତାକୁ ପୁଲିସ ଡାକିବାରୁ ପାଣିରେ ପହଂରି ପୁଲିସଙ୍କ ପାଖରେ ପହଂଚିଛି । ୨୪ସେକେଣ୍ଡର ଏହି ରେସ୍କ୍ୟୁ ଅପରେଶନ ଭିଡିଓ ଖବର ଲେଖାଯିବା ପରେ ୨୩୪ହଜାର ଥର ଏହି ଭିଡିଓକୁ ଦେଖାଯାଇ ସାରିଲାଣି ।

ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି ଏହାସହ ଏହି ପୁଲିସ ଜଣକଙ୍କ ଖୁବ ପ୍ରଶଂସା ମଧ୍ୟ ହେବାରେ ଲାଗିଛି । ଅନେକ ରାସ୍ତା ଏହି ପ୍ରବଳ ବର୍ଷା ଯୋଗୁଁ ପାଣି ଘେରରେ ବୁଡି ରହିଛି । ଗାଡି ଏବଂ ଛୋଟ ଛୋଟ ପିଲା ଏତେ ପାଣିରେ ପଶି ସ୍କୁଲ ଯାତାୟାତ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More