Only for Entertainment

ହଠାତ ପକେଟରେ ଫାଟିଲା ମୋବାଇଲ ! ତା’ପରେ କ’ଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭାଇରାଲ ଭିଡିଓ

Amir khan twitter
42

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତିଙ୍କ ପକେଟରେ ଥିବା ମାବାଇଲ ଫୋନ ହଠାତ ଫାଟି ଯାଉଛି । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ଅନୁସାରେ ଫୋନ ଫାଟିବା ଫଳରେ ବ୍ୟକ୍ତି ଗୋଡ କିଛି ପରିମାଣରେ ଜଳି ଯାଇଛି । ଏହି ଭିଡିଓ ଭାଇରାଲ ହେବାର ପରେ ସ୍ମାର୍ଟଫୋନ ବ୍ୟବହାରର ସୁରକ୍ଷା ଉପରେ ଅନେକ ପ୍ରଶ୍ନ ଉଠିଛି ।

ଆମିର ଖାନ ନାମକ ଏକ ଟ୍ୱିଟର ୟୁଜର ଏହି ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି- ମୁମ୍ବାଇର ସାକି ନାକାରେ ମୋଟୋରୋଲା ଫୋନ ହଠାତ ଫାଟିଲା । ଏହି ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ, ଏକ ଫ୍ୟାକ୍ଟ୍ରୀରେ ଦୁଇ ଜଣ କର୍ମଚାରୀ ବସିଛନ୍ତି । ଠିକ ସେତିକିବେଳେ ଜଣେ ବ୍ୟକ୍ତିଙ୍କ ପକେଟରେ ମୋବାଇଲ ଫାଟି ଧୂଆଁ ବାହିରିବାକୁ ଲାଗିଥାଏ । ସେ ସେଠାରୁ ତୁରନ୍ତ ଉଠି ମୋବାଇଲକୁ ବାହାରକୁ ଫିଙ୍ଗି ଦିଅନ୍ତି । ମୋବାଇଲରେ ନିଆଁ ଲାଗିଯାଇଥିବାରୁ ସମସ୍ତ କର୍ମଚାରୀ ସେଠାରୁ ଉଠି ବାହାରକୁ ଚାଲିଯାଆନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More