Only for Entertainment

ଲିଫ୍ଟ ଭିତରେ ଛୋଟ ଛୁଆ ସହ ମହିଳା କଲେ କିଛି ଏଭଳି, ସିସିଟିଭିରେ କ୍ୟାପଚର ହେଲା ସବୁ କିଛି !

48

କୁନି ଛୁଆଙ୍କୁ ଦେଖିଲେ ଆପଣ ଆଦର କିମ୍ବା ସ୍ନେହ କରିଥାଆନ୍ତି । ମାତ୍ର ଆପଣ କେବେ ଦେଖିଛନ୍ତି କି ଏକ ୪ବର୍ଷ କୁନି ଶିଶୁକୁ ମାଡ ମାରିବା ?

ଏଠାରେ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ୪ବର୍ଷର ଛୁଆକୁ ଜଣେ ନିସ୍ତୁକ ମାଡ ମାରିଛନ୍ତି । ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚୟ ରାଗି ଯିବେ, ଛୁଆଟି କେଉଁ ପରିସ୍ଥିତି ଦେଇ ଗତି କରିଛି, ତାହା ଜାଣିପାରିବେ।

ଭିଡିଓଟି ହେଉଛି ମୁମ୍ୱାଇର । ଏକ ଲିଫ୍ଟରେ ଯିବା ସମୟର ଏହା ହେଉଛି ଭିଡିଓ ଫୁଟେଜ୍‌। ମୁମ୍ୱାଇର ଏକ ଘରୋଇ ବିଲ୍‌ଡିଂର ଲିଫ୍ଟରେ ଘଟିଥିବା ଏହି ଘଟଣା ବର୍ତ୍ତମାନ ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି କରିଛି।

ଭିଡିଓରେ ମହିଳା ଜଣକ ୪ ବର୍ଷର ଛୁଆକୁ ଅତି ନିର୍ମମ ଭାବରେ ପିଟି ଚାଲିଛନ୍ତି। କେବଳ ଏତିକି ନୁହେଁ, ମାଡ଼ ମାରିବା ପରେ ସେ ତା ଉପରେ ବସିବାକୁ ମଧ୍ୟ ପଛାଉ ନାହାନ୍ତି। ଛୁଆଟି ଯନ୍ତ୍ରଣା ପାଇ ଚିତ୍କାର କରୁଛି। ଏହି ଭିଡିଓ ଦେଖିବା ପରେ ଆପଣ ନିଜ ରାଗକୁ ନିୟନ୍ତ୍ରଣ କରିପାରିବେ ନାହିଁ।

ସୂଚନା ଅନୁସାରେ ମହିଳା ଜଣକ ଛୁଆଟିକୁ ଅପହରଣ କରିବାକୁ ଚେଷ୍ଟା କରୁଛନ୍ତି।  ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ମୁମ୍ୱାଇ ପୁଲିସ୍‌ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୁଲିସ୍‌ କହିଛି, ଯେଉଁ ମହିଳା ଜଣକ ଛୁଆଟିକୁ ମାଡ଼ ମାରୁଛନ୍ତି, ତାଙ୍କର ନାମ ରିଜୱାନା ବେଗମ୍‌। ଆଇପିସି ଧାରା ୩୯୪ ଅନୁସାରେ, ମହିଳା ଜଣକୁ ଗିରଫ କରାଯାଇଛି। ମହିଳା ଜଣକ ଚୋରି କରିଥିବା କାନର ମଧ୍ୟ ପୁଲିସ୍‌ ଜବତ କରିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More