Only for Entertainment

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ଲୀଲାହ’, ଗାୟିକୀ ସହିତ ଦେଖିବାକୁ ମିଳିଲା ଆଦିତ୍ୟଙ୍କ ଜବରଦସ୍ତ ଆକ୍ଟିଂ

Quotes Status
31

ବଲିଉଡ୍ ଅଭିନେତା, ସିଙ୍ଗର୍ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ଯେତିକି ନିଜ ଆକ୍ଟିଂ ପାଇଁ ପପୁଲାର୍, ସେତିକି ନିଜ ସିଙ୍ଗିଂ ପାଇଁ ହୋଇଛନ୍ତି ପପୁଲାର୍ । ନିଜ ଆକର୍ଷଣୀୟ୍ ଗାୟିକୀ ଜରିଆରେ ଅନେକ ମ୍ୟୁଜିକ୍ ଭିଡିଓ ଭେଟି ଦେଇଛନ୍ତି ଆଦିତ୍ୟ । ଆଉ ଏବେ ତାଙ୍କ ସ୍ୱରରେ ମୁକ୍ତିଲାଭ କରିଛି ଆଉ ଏକ ରୋମାଂଟିକ୍ ଗୀତ । ଯାହାର ଟାଇଟେଲ୍ ରହିଛି ‘ଲୀଲାହ’ ।

ଗୀତରେ ନାୟକ ଭାବେ ଆଦିତ୍ୟ ନାରାୟଣଙ୍କୁ ଦେଖିବାକୁ ମିଳିଛି । ଏଥିରେ ତାଙ୍କ ନାୟିକା ଭାବେ ମଡେଲ୍ ଶୁଶ୍ରୀ ମିଶ୍ରା ନଜର ଆସିଛନ୍ତି । ଏହି ଗୀତରେ ପୁଣିଥରେ ନିଜ ସିଙ୍ଗି ର ଟ୍ୟାଲେଂଟ୍ ଭେଟି ଦେଇଛନ୍ତି ଆଦିତ୍ୟ ନାରାୟଣ । ଏହି ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଏହସାନ୍ ତ୍ରିପାଠୀ ଓ ମିଲଟନ୍ ଡାନିଏଲ୍ । ଗୀତିକାର ମନୋଜ୍ ୟାଦବ୍ ଏହି ଗୀତର ଲିରିକ୍ସର ଭାର ତୁଲାଇଛନ୍ତି । ଆକର୍ଷଣୀୟ ଲୋକେସନ୍ ସହ ମନଛୁଆଁ ସଙ୍ଗୀତ ଏହି ଗୀତକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଏହି ମ୍ୟୁଜିକ୍ ଭିଡିର ନିର୍ଦ୍ଦେଶନା ଦେଇଛନ୍ତି ଗୌରବ୍ ଭଟ୍ଟ । ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More