Only for Entertainment

ଏହି ମନ୍ଦିରରେ ପ୍ରସାଦରେ ମିଳେ ମଟନ ବିରିଆନୀ ! ପ୍ରତିବର୍ଷ ଖାଆନ୍ତି ହଜାର ହଜାର ଲୋକ

vaya
59

ବିରିଆନୀ କାହାକୁ ବା ପସନ୍ଦ ନୁହେଁ । ବିରିଆନୀ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ ରହିଛି । ଆପଣ ଭାବନ୍ତୁ ଯଦି ଏହି ବିରିଆନୀ ଆପଣଙ୍କୁ ପ୍ରସାଦ ଭାବେ ମନ୍ଦିରରେ ମିଳେ ତେବେ ? ଆଜ୍ଞା ହଁ, ଦକ୍ଷିଣ ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଛି ମଟନ ବିରିଆନୀ ପ୍ରସାଦ ଭାବେ ଦିଆଯାଉଛି । ଏହି ମନ୍ଦିରକୁ ହଜାର ହଜାର ଲୋକେ ବରିଆନୀ ଖାଇବା ପାଇଁ ଆସନ୍ତି ।

ତାମିଲନାଡୁର ମଦୁରୈ ସ୍ଥିତ ବଡକ୍କମପଟ୍ଟୀ ଗ୍ରାମରେ ୧୯୩୭ ଠାରୁ ମନ୍ଦିରରେ ବିରିଆନୀ ପ୍ରସାଦ ରୂପେ ଦିଆଯାଉଛି । ଏହି ବିରିଆନୀ ମୁନିୟାନ୍ଦୀ ହୋଟେଲରେ ଦିଆଯାଇଥାଏ । ଅସଲରେ ଏହି ଗ୍ରାମର ସ୍ଥାନୀୟ ଦେବତା ମୁନିୟାନ୍ଦୀଙ୍କ ନାମରେ ଗୁରୁସାମୀ ନାୟଡୁ ଏକ ହୋଟେଲ ଆରମ୍ଭ କରିଥିଲେ । ଏହା ପରେ ମୁନିୟାନ୍ଦୀ ନାମରେ ଅନେକ ଲୋକ ହୋଟେଲ ଖୋଲିବା ଆରମ୍ଭ କରିଥିଲେ । ଏହି ସମସ୍ତ ହୋଟଲ ଗ୍ରାହକଙ୍କୁ ସ୍ୱାଦିଷ୍ଟ ଆମିଷ ଭୋଜନ ଖୁଆଇବା ପାଇଁ ପ୍ରସିଦ୍ଦ ।

ପୂରା ଦକ୍ଷିଣ ଭାରତରେ ଏବେ ପାଖାପାଖି ୧୫୦୦ ମୁନିୟାନ୍ଦୀ ହୋଟେଲ ରହିଛି । ହୋଟେଲ ମାଲିକମାନେ ମୁନିୟାନ୍ଦୀ ଫେଷ୍ଟିଭାଲରେ ପ୍ରତିବର୍ଷ ଏକାଠି ହୋଇଥାନ୍ତି । ଯେଉଁଠି ପ୍ରସାଦରେ ମଟନ ବିରିୟାନୀ ଦିଆଯାଇଥାଏ ।

ଏହି ସମସ୍ତ ବ୍ୟବସାୟୀ ବିରିୟାନୀ ବାଣ୍ଟି ନିଜ କୂଳଦେବତା ମୁନିୟାନ୍ଦୀଙ୍କୁ ସଫଳତା ପାଇଁ ଧନ୍ୟବାଦ ଜଣାଇଥାନ୍ତି । ନିକଟରେ ହୋଇଥିବା ଏହି ଫେଷ୍ଟିଭାଲରେ ପାଖାପାଖି ୮ ହଜାର ଲୋକେ ମଟନ ବିରିୟାନୀ ଖାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More