Only for Entertainment

କେବେ ମଟନ ପେପର ମସଲା ଖାଇଛନ୍ତି କି?

African Recipes
0 73

ଆପଣ ନନଭେଜ ଖାଇବାକୁ ପସନ୍ଦ କରନ୍ତି ତ ଏହାକୁ ଭିନ୍ନ ଭଳି ପ୍ରସ୍ତୁତ କରନ୍ତୁ । ମଟନ ପ୍ରାୟ ଲୋକ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ତାହା ଯଦି ଭିନ୍ନ ପ୍ରକାରର ପ୍ରସ୍ତୁତ କରାଯାଏ ତେବେ ନିହାତି ଭାବରେ ଆପଣ ପସନ୍ଦ କରିବେ । ତେବେ ସେହିଭଳି ଏକ ଭିନ୍ନ ରେସିପି ମଟନ ପେପର ମସଲାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆସନ୍ତୁ ଜାଣିବା ।

ଏକ ବୋଲରେ ୬୦୦ ଗ୍ରାମ ମଟନ ନେଇ ସେଥିରେ ଅଧ ଚାମୁ ହଳଦୀ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ପ୍ରେସର କୁକରରେ ୬୦ ମିଳି ତେଲ ଗରମ କରି ସେଥିରେ ୧ ଚାମଚ ଅଦା ଓ ରସୁଣ ପେଷ୍ଟ ପକାନ୍ତୁ ଓ ଦୁଇ ମିନିଟ ପାଇଁ କଷନ୍ତୁ । ଏବେ ୫ଟି ଭୃସଙ୍ଗ ପତ୍ର ଓ ୩ଟି କଂଚାଲଙ୍କା ପକାନ୍ତୁ । ଏହାପରେ ୨୧୦ ଗ୍ରାମ ପିଆଜ ପକାଇ ହାଲକା ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ୨୨୫ ଗ୍ରାମ ଟମାଟୋ ପକାଇ କୋମଳ ହେବା ପର୍ଯ୍ୟନ୍ତ କଷନ୍ତୁ । ଏହା ସହିତ ଦେଢ ଚାମଚ ଲୁଣ ପକାନ୍ତୁ । ଏଥିରେ ମ୍ୟାରିନେଟେଡ ମଟନ ପକାଇ ମିଶାନ୍ତୁ । ମିଶାଇ ସାରିବା ପରେ ଅଧ ଚାମଚ ଧନିଆ ଗୁଣ୍ଡ,ଅଧ ଚାମଚ ଜିରା ଗୁଣ୍ଡ,ଦେଢ ଚାମଚ ଗୋଲମରିଚ ଗୁଣ୍ଡ ଓ ଅଧ ଚାମଚ ଗରମ ମସଲା ପକାନ୍ତୁ । ଭଲ ଭାବରେ ମିଶାଇବା ପରେ ୧୫୦ ମିଲି ଜଳ ପକାନ୍ତୁ । କୁକରକୁ ଘୋଡ଼ାଇ ୪ରୁ ୫ଟି ସିଟି ଦିଅନ୍ତୁ । ଏହାପରେ ଢାଙ୍ଗୁଣି ବାହାର କରି ୪ରୁ ୫ ମିନିଟ ପର୍ଯ୍ୟନ୍ତ କମ ଆଂଚରେ ବସାନ୍ତୁ । ଏହାକୁ ଧନିଆପତ୍ରରେ ଗାର୍ନିସ କରି ଗରମ ଗରମ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More