Only for Entertainment

କେବଳ ୨୬ଟି ଏପିଷୋଡ଼ର ଅଟେ ଏହି ଟିଭି ସିରିଅଲ, ନଜର ଆସିବେ ବଡ଼ ପରଦାର କଳାକାର !

38

ଟିଭି ଦୁନିଆର ନୂଆ ସୋ “ମାଇଁ ନେମ ଇଜ ଲଖନ”ଗଣତନ୍ତ୍ର ଦିବସ ରାତିରୁ ଆରମ୍ଭ ହେବାକୁ ଯାଉଛି । ଏହି ସୋ ରେ ବଡ ପରଦାର କଳାକାର ନଜର ଆସିବେ।  ଏହି ସୋ’ର ପ୍ରଥମ ସ୍କ୍ରୀନିଂ ପାଇଁ ଏବଂ ସୋ ରେ କାଷ୍ଟ ପାଇଁ ଶ୍ରେୟାସ ତଲପଡ଼େ, ପରମିତ ସେଠୀ, ସନା ମକୁଲ ଏବଂ ଅର୍ଚ୍ଚନା ପୁରନ ସିଂ ପହଁଚିଥିଲେ । ଏହି ସୋ’ କେବଳ ୨୬ଟି ଏପିଷୋଡ଼ ର ରହିବ । ସୋ ୨୬ଜାନୁଆରୀ ରୁ ଟିଭିରେ ନଜର ଆସିବ ।

ଏହି ଷୋ’ରେ କଳାକାରଙ୍କ ବିଷୟରେ କହିବାକୁ ଗଲେ ଅଭିନେତା ଶ୍ରେୟାସ ତଲପଡ଼େ ଟପୋରି ଭୂମିକା ରେ ନଜର ଆସିବେ । ଅଭିନେତ୍ରୀ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ପରମିତ ଷୋ’ରେ ସ୍ୱାମୀ -ସ୍ତ୍ରୀ ଭୂମିକା ରେ ନଜର ଆସିବେ । ଏହି ସୋ’ ସୋନି ଟିଭିରେ ଟେଲିକାଷ୍ଟ କରାଯିବ ।


ଏହି ସୋ’ର କାହାଣୀ ବିଷୟରେ କହିବାକୁ ଗଲେ ବାପା ପୁଅଙ୍କ କାହାଣୀ ଉପରେ ଆଧାରିତ । ଲଖନ ଙ୍କ ବାପାଙ୍କ କହିବା ମୁତାବକ ଦୁନିଆ ବହୁତ ଭଲ, କିନ୍ତୁ ଲଖନ ଙ୍କ କହିବା ମୁତାବକ ମଜବୁତ ଲୋକ ହିଁ ଏହି ଖରାପ ଦୁନିଆ ରେ ବଞ୍ଚି ପାରିବେ । ଏହିଭଳି କିଛି କାହାଣୀ ରହିଛି ଏହି ସୋ’ରେ । ତେବେ ଏହି ସୋ’ ଦର୍ଶକଙ୍କୁ କେତେ ଦୂର ପସନ୍ଦ ଆସୁଛି ତାହା କେବଳ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More