Only for Entertainment

ଯେଉଁଠାରେ ସଫଳତା ତାଙ୍କ ପାଦ ଛୁଇଁଥିଲା, ଗମ୍ଭୀର ରୋଗ ତାଙ୍କ ପିଛା ଛାଡ଼ିନଥିଲା । ଜାଣନ୍ତୁ ମଧୁବାଲାଙ୍କର ରହସ୍ୟମୟୀ ମୃତ୍ୟୁ ବିଷୟରେ ।

live hindustan.com
0 51

ମଧୁବାଲା ଏଭଳି ଜଣେ ଅଭିନେତ୍ରୀ ଯିଏ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଧୁମ ମଚାଇଥିଲେ । ଏହା ୧୯୫୦ ମସିହା ପୂର୍ବର କଥା । ମଧୁବାଲାଙ୍କୁ ଆମେରିକା ପତ୍ରିକା ଥିଏଟର ଆର୍ଟସ ନିମନ୍ତ୍ରଣ ଦେଇଥିଲେ । ଏହି ମାଗାଜିନରେ ମଧୁବାଲାଙ୍କର ଫୁଲ ପେଜ ଆର୍ଟିକିଲ ବାହାରିଥିଲା । ଯାହାର ଟାଇଟଲ ଥିଲା ‘ ଦ ବିଗେଷ୍ଟ ଷ୍କାର ଇନ ଦ ୱାର୍ଲଡ’ । ଏଥିରେ ଭାରତରେ ମଧୁବାଲାଙ୍କର ଜନପ୍ରିୟତା ବିଷୟରେ କୁହାଯାଇଥିଲା । ଆମେରିକା ନିର୍ଦ୍ଦେଶକ ଫ୍ରେଙ୍କ କାପରା ମଧୁବାଲାଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ ଚାହୁଁଥିଲେ । କିନ୍ତୁ ମଧୁବାଲାଙ୍କ ବାପା ଏଥିପାଇଁ ତାଙ୍କୁ ମନା କରିଦେଇଥିଲେ । କାରଣ ଫିଲ୍ମ ପାଇଁ ପ୍ରତ୍ୟେକ ନିଷ୍ପତ୍ତି ତାଙ୍କ ବାପା ନେଉଥିଲେ ।  ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

 


ମଧୁବାଲାଙ୍କ ଜୀବନ ରହସ୍ୟଘେରରେ ଥିଲା । ୧୯୩୩ରେ ଭାଲେଂଟାଇନ ଡେରେ ତାଙ୍କ ଜନ୍ମ ହୋଇଥିଲା । ସେ ଏକ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ମୁମତାଜ ଜହାଁ ବେଗମ । ସେ ୧୧ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ପଂଚମ ସ୍ଥାନରେ ଥିଲେ । ତେବେ ସେ ଛୋଟ ଥିବା ସମୟରେ ଜଣେ ଭବିଷ୍ୟବାଣୀ କରିଥିଲେଯେ ଏହି ଝିଅ ବହୁ ଯଶ ଓ ଧନ ଅର୍ଜନ କରିବ କିନ୍ତୁ ଜୀବନରେ କେବେ ଖୁସି ପାଇବ ନାହିଁ । କେବେ ମଧ୍ୟ ବାସ୍ତବ ପ୍ରେମ ମିଳିବ ନାହିଁ । କମ ବୟସରେ ମୃତ୍ୟୁ ହେବା କଥା ମଧ୍ୟ ଭବିଷ୍ୟବାଣୀ କରିଥିଲେ । ପରେ ଏହି ସମସ୍ତ କଥା ସତ୍ୟ ପ୍ରମାଣିତ ହୋଇଥିଲା ।

ବାସ୍ତବରେ ମଧୁ ଖୁବ ସୁନ୍ଦର ଥିଲେ । ତାଙ୍କୁ ଯିଏବି ଦେଖୁଥିଲା ସେ ଦିୱାନା ହୋଇ ଯାଉଥିଲା । ମଧୁବାଲାଙ୍କର ତୁଳନା ହଲିଉଡର ଅଭିନେତ୍ରୀ ମାର୍ଲିନ ସୁନରୋଙ୍କ ସହିତ କରାଯାଏ । ସେ ଯେଉଁ ନାୟକ ଏବଂ ନିର୍ଦ୍ଦେଶକଙ୍କ ସହିତ କାମ କରୁଥିଲେ ସେମାନେ ମଧ୍ୟ ତାଙ୍କ ପ୍ରେମରେ ପଡ଼ି ଯାଉଥିଲେ । ଏହା ସହିତ ମଧୁଙ୍କୁ ଯିଏ ପସନ୍ଦ କରୁଥିଲେ ସେ ଗୋଲାପ ଏବଂ ପ୍ରେମ ପତ୍ର ଦେଇ ପ୍ରପୋଜ କରୁଥିଲେ । ଯେଉଁଠାରେ ସଫଳତା ତାଙ୍କ ପାଦ ଛୁଉଁଥିଲା ସେଠାରେ ଗଭୀର ରୋଗ ତାଙ୍କ ପାଇଁ କାଳ ହୋଇ ଆସିଥିଲା । ସେ ୧୯୪୨ରେ ଫିଲ୍ମ ବସନ୍ତରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୦ ବର୍ଷ ପରେ ୧୯୫୨ରେ ତାଙ୍କୁ ଜଣାପଡ଼ିଲାଯେ ତାଙ୍କ ହୃତପିଣ୍ଡରେ ଏକ କଣା ଥିଲା । ଏହାପରେ ମଧ୍ୟ ସେ କାମ କରୁଥିଲେ । ତେବେ କେବଳ ସେତିକି ନୁହେଁ ଆଉ କେତେକ ଗମ୍ଭୀର ରୋଗରେ ମଧ୍ୟ ସେ ପିଡ଼ିତ ଥିଲେ । ତାଙ୍କ ଶରୀରରେ ରକ୍ତ ରହୁନଥିଲା । ସବୁ ରକ୍ତ ବାହାରି ଆସୁଥିଲା । ଏହି ଘଟଣା ତାଙ୍କ ଭଉଣୀ ଏକ ଇଂଟରଭ୍ୟୁରେ କହିଥିଲେ । ଡାକ୍ତର ପ୍ରତିଦିନ ତାଙ୍କ ଘରକୁ ଆସି ତାଙ୍କ ଠାରୁ ବୋତଲରେ ରକ୍ତ ଭରି ନେଇ ଯାଉଥିଲେ । ଏହାପରେ ସେ ବହୁତ ଅସୁସ୍ଥ ହୋଇପଡ଼ିଲେ ଓ କାଶିବାକୁ ଲାଗିଲେ । ଏହା ପରେ ଶ୍ୱାସରେ ସମସ୍ୟା ଦେଖାଦେବା ପରେ ତାଙ୍କୁ ଅମ୍ଳଜାନ ମଧ୍ୟ ଦିଆଯାଉଥିଲା ।

୯ ବର୍ଷ ପର୍ଯ୍ୟନ୍ତ ସେ ଶଯ୍ୟାଗ୍ରସ୍ତ ଥିଲେ ।  ତାଙ୍କ ମୃତ୍ୟୁ ଖୁବ ଯନ୍ତ୍ରଣା ଦାୟକ ଥିଲା । ଶେଷରେ ତାଙ୍କ ସ୍ୱାମୀ କିଶୋର କୁମାର ମଧ୍ୟ ତାଙ୍କୁ ଛାଡ଼ି ଦେଇଥିଲେ । ତେବେ ତାଙ୍କ ନାମରେ ମଧୁବାଲାଙ୍କୁ ମାରିବାର ଅଭିଯୋଗ ମଧ୍ୟ ଥିଲା । ଦୁନିଆର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ମୃତ୍ୟୁ ଖୁବ କଷ୍ଟକର ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More