Only for Entertainment

ନାଗିନ ଥ୍ରିର ନୂଆ ପ୍ରମୋରେ କରିସ୍ମାଙ୍କ ଭିନ୍ନ ଲୁକ,ଭିଡିଓ ଦେଖିଲେ ଛାତି ଥରି ଉଠିବ ।

times of india
0 47

ନାଗିନ ଥ୍ରି ଧାରାବହିକ ଭାରତର ପ୍ରତି ଘରେ ଘରେ ପରିଚିତ । ଏହା ଏଭଳି ଏକ ଧାରାବହିକ ଯାହାକୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ ଖୁବ ପସନ୍ଦ କରନ୍ତି । ପ୍ରଥମ ଦୁଇ ସିଜନରେ ମୌନି ରାୟ ଏବଂ ଅଦା ଖାନଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ପାଗଳ କରିଥିଲା । କିନ୍ତୁୁ ସିଜନ ଥ୍ରିରେ ସବୁକିଛି ବଦଳିଯାଇଛି । ବଦଳି ଯାଇଛନ୍ତି ଚରିତ୍ର ଏବଂ ବଦଳି ଯାଇଛି କହାଣୀ । ନିକଟରେ ଏହାର ପ୍ରଥମ ପ୍ରମୋ ଭିଡିଓ ରିଲିଜ ହୋଇଥିଲା ଯାହା ଖୁବ ମିଷ୍ଟିରିୟସ ଭଳି ଲାଗୁଥିଲା । କିନ୍ତୁ ଏବେ ତାହାର ଆଉ ଏକ ପ୍ରମୋ ସାମ୍ନାକୁ ଆସିଛି । ଏହି ପ୍ରମୋରେ ନାଗିନ ଚରିତ୍ରରେ ଅଭିନୟ କରୁଥିବା କରିସ୍ମା ତନ୍ନାଙ୍କ ନୂଆ ଲୁକ ସଂପୂର୍ଣ୍ଣ ଭିନ୍ନ ଓ ନିଆରା । ଏହା ସହିତ ଅନୀତା ହସନନ୍ଦନୀଙ୍କୁ ମଧ୍ୟ ଭିନ୍ନ ଅନ୍ଦାଜରେ ଦେଖବବାକୁ ମିଳିବ । ଯାହାକୁ ଆପଣ ଦେଖିଲେ ପ୍ରଶଂସା ନ କରି ରହିପାରିବେ ନାହିଁ ।

ଏଥିରେ ପ୍ରତିଶୋଧ ନେବା ପାଇଁ ନାଗିନ ଭିନ୍ନ ଭିନ୍ନ ରୂପରେ ନଜର ଆସିଛି । ଭିଡିଓରେ ପ୍ରମୋ ଏଭଳି ହୋଇଛି ଯାହାକୁ ଦେଖିବାପରେ ଆପଣଙ୍କ ଛାତି ଥରି ଉଠିବ । କେବଳ ସେତିକି ନୁହେଁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ନାହିଁ । ତେବେ ଏହା ଖୁବ ଶୀଘ୍ର କଲର୍ସ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି । ଯାହାର ନୂଆ ଭିଡିଓ ଚ୍ୟାନେଲର ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More