Only for Entertainment

ନାଗିନ ୪ରେ ନଜର ଆସିବେ ‘ପବିତ୍ର ରିସ୍ତା’ର ଲିଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ!

32

ଟେଲିଭିଜନ ମାର୍କେଟକୁ ଗରମ କରେ ଏକତା କପୂରଙ୍କ ଗୋଟିଏ ପରେ ଗୋଟିଏ ହିଟ ଶୋ । ଏହି ମଧ୍ୟରୁ ତାଙ୍କ ନାଗିନ ସିରିଜ ଦର୍ଶକଙ୍କ ନିକଟରେ ଖୁବ ଆଦୃତ । ବହୁ ପ୍ରତିକ୍ଷୀତ ନାଗିନ ୪’କୁ ନେଇ ଆସିଛି ଏକ ନୂଆ ଖବର । ଯାହାକୁ ନେଇ ଦର୍ଶକଙ୍କ ହୃଦୟରେ ଉତ୍ସାହ ଅଧିକ ବଢିଯାଇଛି । ଏବେ ଏହାକୁ ନେଇ ଯେଉଁ ଖବର ଆସିଛି ଟେଲିଭିଜନ ପ୍ରେମୀଙ୍କ ହୃଦୟରେ ଝଡ଼ ସୃଷ୍ଟି କରିପାରେ । ଖବର ମୁତାବକ ସିରିଅଲ ପ୍ରଡ୍ୟୁସର ଏକତା କପୂର ତାଙ୍କ ସିରିଜ ନାଗିନ ୪ ପାଇଁ ଦ୍ୱିତୀୟ ନାଗିନକୁ ଖୋଜି ସାରିଛନ୍ତି । ଏହି ଧାରାବାହିକରେ ଅଙ୍କିତା ଲୋଖଣ୍ଡେ ନାଗିନ ଚରିତ୍ରରେ ନଜର ଆସିପାରନ୍ତି ।

 

 

View this post on Instagram

 

Smile 😊

A post shared by Ankita Lokhande (@lokhandeankita) on

ସୂଚନା ଅନୁଯାୟୀ ମଣିକର୍ଣ୍ଣିକା ଷ୍ଟାର ଅଙ୍କିତା ଲୋଖଣ୍ଡେଙ୍କୁ ଏକତା କପୂର ଦ୍ୱିତୀୟ ନାଗିନ ପାଇଁ ସାଇନ କରି ସାରିଛନ୍ତି ଏବଂ ନିଆ ଶର୍ମାଙ୍କୁ ପ୍ରଥମ ନାଗିନ ଭାବରେ ଚୟନ କରାଯାଇଛି । ଯଦିଓ ଏହାର ଅଫିସିଆଲ ଘୋଷଣା ହୋଇନାହିଁ ତଥାପି ଯଦି ଏହା ସତ ହୁଏ ତେବେ ଟିଭି ଲଭର୍ସ ନିହାତି ଭାବରେ ଖୁସି ହୋଇଯିବେ ।

 

 

View this post on Instagram

 

Anu 😍 @anusoru

A post shared by Ankita Lokhande (@lokhandeankita) on

ଯଦି ଅଙ୍କିତା ଏହି ଧାରାବାହିକରେ କାମ କରନ୍ତି ତେବେ ଏହା ଏକତା କପୂରଙ୍କ ସହିତ ତାଙ୍କର ଦ୍ୱିତୀୟ ଧାରାବାହିକ ହେବ । ଏହା ପୂର୍ବରୁ ସେ ଏକତା କପୂରଙ୍କ ଶୋ ପବିତ୍ର ରିସ୍ତାରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଏବଂ ତାଙ୍କ ବିପକ୍ଷରେ ନଜର ଆସିଥିଲେ ସୁଶାନ୍ତ ସିଂ ରାଜପୂତ । ଏହି ଧାରାବାହିକ ବିପୁଳ ମାତ୍ରାରେ ସୁପରହିଟ ହୋଇଥିଲା । ଏହା ପରଠାରୁ ଏକତା କପୂରଙ୍କ ସହିତ କାମ କରିନାହାଁନ୍ତି ଅଙ୍କିତା । ନିକଟରେ ସେ କଙ୍ଗନା ରନୌତଙ୍କ ସହିତ ଫିଲ୍ମ ମଣିକର୍ଣ୍ଣିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More