Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଭାରତୀୟ ନାନ୍

149

ପ୍ରତିଦିନ ଗୋଟିଏ ପ୍ରକାରର ବା ସ୍ୱାଦର ଖାଦ୍ୟ ଖାଇବାକୁ ଭଲ ଲାଗେ ନାହିଁ, କାରଣ ସମସ୍ତଙ୍କର ଥାଏ ଏକ ଭିନ୍ନ ଭିନ୍ନ ରୁଚି । ଯେପରିକି ଆପଣ ପ୍ରତିଦିନ ଘରେ ରୁଟି ପ୍ରସ୍ତୁତ କରି ଖାଉଥିବେ, କିନ୍ତୁ ଏହା ଦ୍ୱାରା ରୁଟି ପ୍ରତି ବିରକ୍ତ ଭାବ ମଧ୍ୟ ଆସିଯାଏ ଏବଂ କିଛି ଭିନ୍ନ ଡିସ୍ ଖାଇବାକୁ ଇଛା ହୁଏ । ଏଭଳି ସମୟରେ ଆପଣ ଏହାର ବିକଳ୍ପ ଭାବରେ ନାନ୍ ଖାଇପାରିବେ । କିନ୍ତୁ ରେଷ୍ଟୁରାଂଟରେ ମିଳୁଥିବା ନାନ୍ ଯଦି ଘରେ ପ୍ରସ୍ତୁତ ହୋଇ ପାରିବ ତେବେ ଆପଣ ଯେଉଁ ସମୟରେ ଚାହିଁଲେ ମଧ୍ୟ ପ୍ରସ୍ତୁତ କରି ଖାଇ ପାରିବେ । ତେବେ କିଭଳି ଏହାକୁ ପ୍ରସ୍ତୁତ କରିବେ, ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ ଏକ ପାତ୍ରରେ କିଛି ପାଣି ନିଅନ୍ତୁ ଓ ସେଥିରେ ଆକ୍ଟିଭ ଡ୍ରାଇ ଇଷ୍ଟ ମିଶାନ୍ତୁ । ଏଥିରେ କିଛି ଚିନି ଓ ଲୁଣ ପକାଇ କିଛି ସମୟ ଘୋଡ଼ାଇ ରଖନ୍ତୁ । କିଛି ସମୟ ପରେ ଏଥିରେ ମଇଦା ଓ ଦହି ଓ ବଟର ମିଶାଇ ଭଲ ଭାବରେ ଚକଟନ୍ତୁ । ଏଭଳି କରି ଏକ ଡଫ ପ୍ରସ୍ତୁତ କରନ୍ତୁ । ହୋଇଯିବା ପରେ ଗୋଲ ଗୋଲ କରି ସେଥିରେ କଳା ଜିରା ପକାଇ ବେଲନ୍ତୁ ଓ ଓଭନରେ ବେକ୍ କରନ୍ତୁ କିମ୍ବା ତାୱାରେ ମଧ୍ୟ କରିପାରିବେ । ଏଭଳି ପ୍ରସ୍ତତ କରନ୍ତୁ ଗରମା ଗରମ ଭାରତୀୟ ନାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More