Only for Entertainment

ବିଗବସ ଫେମ ବନ୍ଦଗୀ କାଲାରା ଶେୟାର କଲେ ଡ୍ୟାନ୍ସ ଅଭ୍ୟାସ ଭିଡ଼ିଓ ।

29

ରିଆଲିଟି ଶୋ ନଚବଲିୟେ ୯ ଏବେ ଚର୍ଚ୍ଚାରେ । ଶୋ’ର ଥିମ ଏହିଥର ଆକର୍ଷଣୀୟ । ଏହି ଥର କପଲ୍ସ ଡ୍ୟାନ୍ସ ଫ୍ଲୋରରେ ଜଲୱା ଦେଖାଇବେ । ରିପୋର୍ଟ ଅନୁସାରେ ବିଗବସ ପ୍ରତିଯୋଗୀ ବନ୍ଦଗୀ କାଲାରା ଏବଂ ପୁନିଶ ଶର୍ମା ମଧ୍ୟ ଶୋ’ରେ ନଜର ଆସିବେ । ଏବେ ବନ୍ଦଗୀ କାଲାରା ଡ୍ୟାନ୍ସ ଅଭ୍ୟାସ କରୁଥିବା ସମୟର ଭିଡ଼ିଓ ଶେୟାର କରିଛନ୍ତି ।

ଭିଡ଼ିଓ ଶେୟାର କରି ବନ୍ଦଗୀ ଲେଖିଛନ୍ତି କୌଣସି ଖାସ ଏକ କଷ୍ଟ ଜିନିଷ ପାଇଁ ଡ୍ୟାନ୍ସ ଅଭ୍ୟାସ କରୁଛି । ଆଦୌ ସହଜ ନୁହେଁ । ଆପଣ ମାନଙ୍କ ସହିତ ଏକ ଛୋଟ ଅଭ୍ୟାସ ଭିଡ଼ିଓ ଶେୟାର କରିଛି । ତେବେ ଭିଡ଼ିଓ ଦେଖି ଅନୁମାନ କରାଯାଉଛି ଏହା ନଚବଲିୟେ ପାଇଁ ପ୍ରସ୍ତୁତି ।

 

କିନ୍ତୁ ଟ୍ରୋଲର୍ସଙ୍କ ଟ୍ରୋଲ ର ଶୀକାର ହୋଇଛନ୍ତି ବନ୍ଦଗୀ । ଜଣେ ଟ୍ରୋଲର୍ସ ତାଙ୍କୁ ସନି ଦେଓଲଙ୍କ ସହିତ ତୁଳନା କରିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଆହୁରି ଅଭ୍ୟାସ ଆବଶ୍ୟକ । ଏହାର ଉତ୍ତରରେ ବନ୍ଦଗୀ ଲେଖିଛନ୍ତି ଚିଲ୍, ଏହା ର ପ୍ରାକ୍ଟିସ ସେସନ । ତେବେ ବଏଫ୍ରେଣ୍ଡ ପୁନୀଶ ବନ୍ଦଗୀଙ୍କୁ ପ୍ରୋତ୍ସାହିତ କରି ଲେଖିଛନ୍ତି ତୁମେ ଭଲ ଡ୍ୟାନ୍ସ କରୁଛ । ଅଲ ଦ ବେଷ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More