Only for Entertainment

ନଚ ବଲିୟେ ୯ ସେଟରେ ରବୀନା ଟଣ୍ଡନଙ୍କୁ ଦେଖି ଦିୱାନା ହେଲେ ପ୍ରଭାସ, ସଲମାନ ଖାନଙ୍କ ଗୀତରେ ନାଚିଲେ !

212

ବାହୁବଲୀ ଅଭିନେତା ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ଫିଲ୍ମ ସାହୋ ୩୦ଅଗଷ୍ଟରେ ପ୍ରତି ସିନେମାଘରେ ରିଲିଜ ହେବାକୁ ଯାଉଛି । ତେଣୁ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ଏହି ଦୁଇ କଳାକାର । ନିକଟରେ ଦୁହେଁ ନଚ ବଲିୟେ ୯ରେ ଏବଂ କପିଲ ଶର୍ମାଙ୍କ ଶୋ’ରେ ପହଂଚିଥିଲେ ଏହି ଦୁଇ କଳାକାର । ଯେଉଁଥିରେ ତାଙ୍କ ମସ୍ତିଭରା ଅନ୍ଦାଜ ଦେଖିବାକୁ ମିଳିଛି ।

ପ୍ରଭାସଙ୍କର ନଚ ବଲିୟେ ୯ରୁ ଏକ ଫଟୋ ସୋସିଆଲ ମିଡିଆ ସେଟରୁ ଦେଖିବାକୁ ମିଳିଛି,ଯାହାକୁ ଦେଖି ପ୍ରଶଂସକ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଥମ ଥର ପ୍ରଭାସଙ୍କ ଏଭଳି ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅସଲରେ ପ୍ରଭାସ ଷ୍ଟେଜରେ ରବୀନା ଟଣ୍ଡନଙ୍କ ଶାଢୀ ନିଜ ପାଟିରେ ଧରି ସଲମାନଙ୍କ ଗୀତ ‘ଜୁମେ କି ରାତ’ରେ ଡାନ୍ସ କରିଛନ୍ତି ।

ରିପୋର୍ଟ ମୁତାବକ ପ୍ରଭାସ ରବୀନାଙ୍କ ବଡ ଫ୍ୟାସ ଅଟନ୍ତି । ଏପରିକି ସାମ୍ନାରେ ରବୀନାଙ୍କୁ ପାଇ ନିଜକୁ ସେ ରୋକି ପାରିନଥିଲେ । ଏହା ପୂରା ଶୋ’ରେ ଚର୍ଚ୍ଚା ହୋଇଛି । ପ୍ରଭାସଙ୍କ ଏହି ଅପକମିଂ ଫିଲ୍ମରେ ଶ୍ରଦ୍ଧାଙ୍କ ବ୍ୟତୀତ ନିଲ ନୀତିନ ମୁକେଶ, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ ଏବଂ ମନ୍ଦିରା ବେଦୀ ମଧ୍ୟ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଜିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More