Only for Entertainment

ଟିଭି କୁ କମବ୍ୟାକ କରିବେ ଶ୍ରୀସାନ୍ଥ ! ବିଗ ବସ ପରେ ମିଳିଲା ‘ନଚ ବଲିୟେ’ର ଅଫର

The Indian Express
27

ବିଗ ବସ ୧୨ରେ ନଜର ଆସିଥିବା କ୍ରିକେଟର ଶ୍ରୀସାନ୍ଥଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଯଦି ସବୁ କିଛି ଠିକ ରୁହେ ତେବେ ଶ୍ରୀସନ୍ଥ ଡ୍ୟାନ୍ସ ରିୟଲିଟି ଶୋ’ ‘ନଚ ବଲିୟେ’ର ନୂଆ ସିଜିନରେ ଦେଖିବାକୁ ମିଲିପାରେ । ଶ୍ରୀସନ୍ଥ ଏକ ୱେବ ସାନଇଟକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କୁ ପତ୍ନୀ ଭୁବନେଶ୍ୱରୀଙ୍କ ସହିତ ନଚ ବଲିୟେରେ ଭାଗ ନେବା ପାଇଁ ଅଫର ମିଳିଛି ।

କିନ୍ତୁ ଶୋ’ର ଅଫର ବିଷୟରେ ଶ୍ରୀସାନ୍ଥ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନେଇ ନାହାଁନ୍ତି । ଶ୍ରୀସାନ୍ଥ କହିଛନ୍ତି, ‘ଏହା ସତ ନଚ ବଲିୟେ ପାଇଁ ନିର୍ମାତା ମୋତେ ଅଫର ଦେଇଛନ୍ତି । କିନ୍ତୁ ଏବେ ମୁଁ ଏହା ଉପରେ ବିଚାର କରୁଛି । ମୁଁ ଏପର୍ଯ୍ୟନ୍ତ କିକଛି ଫାଇନାଲ କରିନାହିଁ । କାରଣ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ମିଳିଥିବା ଦଣ୍ଡ ଉପରେ ଏବେ ବିସିସିଆଇର ନିଷ୍ପତିକୁ ଅପେକ୍ଷା କରିଛି ।’

 

View this post on Instagram

 

#myworld #togethwr #forever @bhuvneshwari.sreesanth O Meri o meri o meriiii Bhuvaneshwari…..

A post shared by Sree Santh (@sreesanthnair36) on

ଶ୍ରୀସାନ୍ଥ ଏହା ମଧ୍ୟ କହିଛନ୍ତି ଯେ, ‘ବିସିସିଆଇର ଆଦେଶ କେବେ ବି ଆସିପାରେ । ଏବଂ ନଲ ବଲିୟେ ଶୋ ପ୍ରାୟ ୩-୪ ମାସ ଚାଲିଥାଏ । ସେଥିପାଇଁ ଏବେ କାହାକୁ ସମୟ ଦେବା କଷ୍ଟକର ।’

କହିରଖୁଛୁ ଯେ, କିଛି ଦିନ ପୂର୍ବେ ସୁପ୍ରିମ କୋର୍ଟ ଶ୍ରୀସାନ୍ଥଙ୍କ ଉପରେ ଆଇପିଏଲ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଲାଗିଥିବା ଆଜୀବନ ବ୍ୟାନକୁ ହଟାଇ ଦେଇଛନ୍ତି । ଏହା ସହିତ କୋର୍ଟ ବିସିସିଆଇ କୁ ଏହି ମାମଲାରେ ପୁନଃବଚାର କରିବା ପାଇଁ ଆଦେଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More