Only for Entertainment

ନାଗାର୍ଜୁନଙ୍କ ଖୁଲାସା: ‘ଗୀତାଞ୍ଜଳି’ରେ ଲମ୍ବା ସମୟର ‘କିସିଂ’ ଦୃଶ୍ୟ ଦେଖି ଏଭଳି ଥିଲା ତାଙ୍କ ବାପାଙ୍କ ପ୍ରତିକ୍ରିୟା

pinkvilla
210

ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଚେହେରା ହେଉଛନ୍ତି ନାଗାର୍ଜୁନ ଅକିନେନି । ତେଲୁକୁ ବିଗବସ ୩’ରେ ହୋଷ୍ଟ କରୁଥିବା ପ୍ରସିଦ୍ଧ ଅଭିନେତା ନାଗାର୍ଜୁନ ଖୁବଶୀଘ୍ର ଫିଲ୍ମ ମନମଧୁଦୁ ଟୁ’ରେ ନଜର ଆସିବେ । ଯେଉଁଥିପାଇଁ ଜବରଦସ୍ତ ପ୍ରମୋଶନ ଆରମ୍ଭ କରି ସାରିଲେଣି ଏହି ଟଲିଉଡ ଆକ୍ଟର । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଏବଂ ଦର୍ଶକ ଏହାକୁ ଯଥେଷ୍ଟ ପସନ୍ଦ ମଧ୍ୟ କରିଛନ୍ତି ।

 

View this post on Instagram

 

#Manmadhudu2diaries ♥️ #Nagarjuna #Manmadhudu2

A post shared by Nagarjuna (@akkineni__nagarjuna) on

ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲରକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ଚାଲିଥିଲା । ତେବେ ନିକଟରେ ଫିଲ୍ମର ପ୍ରମୋଶନ ସମୟରେ ନାଗାର୍ଜୁନ ଏକ କଥାର ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ ଫିଲ୍ମ ଗୀତାଞ୍ଜଳି’ର ସୁଟିଂ ସମୟରେ ଏକ ଦୀର୍ଘ ସମୟର କିସିଂ ଦୃଶ୍ୟ ଥିଲା । ତେବେ ସୁଟିଂ ପୂର୍ବରୁ ନାଗାର୍ଜୁନ ତାଙ୍କ ବାପାଙ୍କୁ କହିଲେଯେ ଏହାର ଏକ ଦୃଶ୍ୟରେ ଲମ୍ବା ସମୟର ଏକ କିସିଂ ଦୃଶ୍ୟ ଅଛି । ଯେଉଁଥିରେ ଅଟକିବାର ନାହିଁ । ତେବେ ଦୃଶ୍ୟ ସୁଟିଂ ସରିବା ପରେ ନାଗାର୍ଜୁନଙ୍କ ବାପା ଯାହା କହିଲେ କେହି ମଧ୍ୟ ବିଶ୍ୱାସ କରିବେ ନାହିଁ । ତାଙ୍କ ବାପା କହିଲେ ଫିଲ୍ମରେ ଥିବା ସମସ୍ତ ଦୃଶ୍ୟ ମଧ୍ୟରୁ ଏହା ହେଉଛି ସବୁଠାରୁ ବେଷ୍ଟ ସିନ ।

ଫିଲ୍ମରେ ନାଗାର୍ଜୁନଙ୍କ ବ୍ୟତୀତ ରକୁଲ ପ୍ରୀତ ନଜର ଆସିବେ । ଫିଲ୍ମ ୯ ଅଗଷ୍ଟକୁ ସିନେମାଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More