Only for Entertainment

ରିଲିଜ ହେଲା ଓଡ଼ିଆ ଗୀତ ‘ନଖି ଲୋ ନଖି’ ।

youtube
0 104

ଓଡିଆ ସ୍ରୋତାଙ୍କୁ ଏଂଟର୍ଟେନ୍ କରିବା ପାଇଁ ମୁକ୍ତିଲାଭ କରିଛି ଏକ ଫନି ଟ୍ରାକ୍ ‘ନଖି ଲୋ ନଖି’ । ଏହି ଫନି ଗୀତଟି ଆଜିର ଯୁବ ପିଢିକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ଗୀତଟି ବାରାତ୍ ଓ ଭଷାଣୀରେ ଧୁମ୍ ମଚେଇବ ବୋଲି ଆଶା କରାଯାଉଛି । ଏହି ଫନି ଟ୍ରାକ୍ରେ ଶୁଣିବାକୁ ମିଳିଛି ରଙ୍ଗିଲା ରଂଜିତ୍ଙ୍କ ଗାୟିକି । ନିକଟରେ ଏହି ଗୀତର ଅଡିଓ ରିଲିଜ୍ କରାଯାଇଛି । ଗୀତରେ ମେକର୍ଙ୍କ ସହ ଗୀତରେ ଅଭିନୟ କରୁଥିବା ନାୟକ ନାୟିକାଙ୍କୁ ବି ଏହି ଅବସରରେ ଦେଖିବାକୁ ମିଳିଥିଲା ।

ପତିତପାବନ ରାଣାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଏସ୍ ଏସ୍ ପ୍ରସାଦ । ଏହି ଫନି ଟ୍ରାକ୍ରେ ଲିରିକ୍ସ ଦେଇଛନ୍ତି ଶିବନ ସ୍ୱାଇଁ । ଶୁଭ୍ରାଶିଷ ମ୍ୟୁଜିକ୍ ବ୍ୟାନର୍ରେ ଏହି ଗୀତର ଷ୍ଟୁଡିଓ ଭର୍ସନ ରିଲିଜ୍ ହୋଇଛି ସିନେ ୨୪ ୟୁଟୁବ୍ ଚ୍ୟାନେଲ୍ରେ । ଏହାର ଅଡିଓ ଗୀତକୁ ସୋସିଆଳ୍ ମିଡିଆରେ ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି ।

ଏହା ପୂର୍ବରୁ ‘ବୋତଲ ଭାଙ୍ଗିବି ଗୋରି’ ଭଳି ଫନି ଟ୍ରାକ୍ ଭେଟି ଦେଇ ଚହଳ ସୃଷ୍ଟି କରିଥିଲେ । ଆଉ ଏବେ ଏହି ଗୀତ ଜରିଆରେ ପୁଣିଥରେ ସ୍ରୋତାଙ୍କ ମନଜିଣିବାକୁ ଆଶା ରଖିଛନ୍ତି ।

ନଖି ଲୋ ନଖି ଷ୍ଟୁଡିଓ ଭର୍ସନକୁ ସ୍ରୋତା ପସନ୍ଦ କରୁଥିବାବେଳେ, ଖୁବଶୀଘ୍ର ଏହାର ଭିଡିଓ ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More