ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ରୋମାଣ୍ଟିକ ଯୋଡି ଖୁବ ଶୀଘ୍ର ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ରେ ଦେଖିବାକୁ ମିଳିବ । ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ ହୋଇସାରିଥିବା ବେଳେ ଏବେ ମେକର୍ସ ଆଉ ଏକ ଗୀତ ‘ତୁ ମେରୀ ମେଁ ତେରା’ କୁ ରିଲିଜ କରିଛନ୍ତି । ଗୀତରେ ରାହତ ଫେତେହ ଅଲୀ ଖାନ, ସଦାବ ଫରିଦି ଏବଂ ଅଲଟାମାସ ଫରିଦିଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି । ଗୀତରେ ମୁନ୍ନାନ ଶାହ ମ୍ୟୁଜିକ ଦେଇଥିବା ବେଳେ ଜାବେଦ ଅଖତର ଏହାର ଲିରିକ୍ସ ଲେଖିଛନ୍ତି । ଫିଲ୍ମ ୧୯ ଅକ୍ଟୋବରରେ ରିଲିଜ ହେବ । ଅର୍ଜୁନ- ପରିଣୀତିଙ୍କ ଏହି ଫିଲ୍ମ ସହିତ ୧୯ ଅକ୍ଟୋବରରେ ଅୟୁଷ୍ମାନ ଖୁରାନା ଏବଂ ସନ୍ୟାଙ୍କ ଫିଲ୍ମ ‘ବଧାଇ ହୋ’ ମଧ୍ୟ ରିଲିଜ ହେବ ।