Only for Entertainment

ଫିଲ୍ମ ‘କେଦାରନାଥ‘ର ପ୍ରଥମ ଗୀତ ହେଲା ରିଲିଜ !

28

ଦିପାବଳୀ ପାଇଁ ଚାରିଆଡେ ଖୁବ ପ୍ରସ୍ତୁତି ହେବାରେ ଲାଗିଛି । ଏହିଭଳି ବଲିଉଡ ସେଲିବ୍ରିଟି ମଧ୍ୟ ମା’ ଲକ୍ଷ୍ମୀଙ୍କୁ ଆଗମନ କରିବା ଲାଗି ଅନେକ ପ୍ରସ୍ତୁତି କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଦିପାବଳୀକୁ ମଜାଦାର କରିବା ଲାଗି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କେଦାରନାଥ‘ର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଗୀତକୁ ଖାସ ଧନତେରାସ ଅବସରରେ ରିଲିଜ କରାଯାଇଛି । ଗୀତରେ ଉତ୍ତରାଖଣ୍ଡର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଆପଣଙ୍କ ମନ କିଣି ନେବ ।

ଗୀତରେ ସୁଶାନ୍ତ ଏକ ପିଠ୍ଠୁ ଭୂମିକା ତୁଲାଉଛନ୍ତି । ସେହିପରି ଆପଣଙ୍କୁ ସାରାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ପୂର୍ବରୁ ରିଲିଜ ହୋଇଥିଲା । ଏହି ଗୀତର ବୋଲ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ଏହି ଭକ୍ତି ଭରା ଗୀତକୁ ଶୁଣି ଆପଣ ନିଶ୍ଚୟ ଝୁମି ଉଠିବେ ।
ଫିଲ୍ମ ବିଷୟରେ କହିବାକୁ ଗଲେ କେଦାରନାଥ‘ ସାରା ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ନଜର ଆସିବେ ଏବଂ ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଷେକ କପୂର । ଫିଲ୍ମ ୭ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More