Only for Entertainment

‘ଭୂମିକନ୍ୟା ପୁରସ୍କାର’ ପାଇବେ ଅଭିନେତ୍ରୀ ନମ୍ରତା ଦାସ ।

91

ଓଡ଼ିଆ ଚଳଚ୍ଚିତ୍ର ରାଇଜକୁ ଜୀବନବ୍ୟାପୀ ଅବଦାନ ପାଇଁ ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସ ପାଇବେ ‘ଭୂମିକନ୍ୟା ପୁରସ୍କାର’। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ମାନିତ କରାଯିବ। ଓଡ଼ିଆ ସିନେ ଆର୍ଟିଷ୍ଟ୍‌ସ ଆସୋସିଏସନ୍‌ (ଓସିଏଏ) ପକ୍ଷରୁ ଆସନ୍ତା ୨୬ ତାରିଖରେ ଉତ୍କଳ ମଣ୍ଡପରେ ହେବାକୁ ଯାଉଥିବା ବାର୍ଷିକୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଆଜି ହୋଟେଲ୍‌ ସମ୍ବିତ ରୟାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓସିଏଏର ସମ୍ପାଦକ ଶ୍ରୀତମ ଦାସ, ବରିଷ୍ଠ ଅଭିନେତା ସୁରେଶ ମିଶ୍ର, ଅଭିନେତା ଆକାଶ ଦାସନାୟକ ଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ସିନେ ଅଭିନେତା ଅଭିନେତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିସହ ବିନୋଦିନୀ ଦେବୀ, କୁଞ୍ଜଲତା ଦାସ, ପ୍ରମୋଦା ଦାସ, ସନ୍ଧ୍ୟା ଦେବୀ, ମୀରା ମହାନ୍ତି, ବାସନ୍ତୀ ପଟ୍ଟନାୟକ, ସୌଦାମିନୀ ପଟ୍ଟନାୟକ, ଶାନ୍ତିଲତା ପାଢ଼ୀ, ବୀଣାପାଣି ସିଂହ, ଜ୍ୟୋତ୍ସ୍ନାମୟୀ ସେନାପତି, ସସ୍ମିତା ସିଂହ, ଲକ୍ଷ୍ମୀପ୍ରିୟା ମିଶ୍ର ଓ ମନୋରମା ମହାନ୍ତିଙ୍କୁ ସଂଘ ପକ୍ଷରୁ କଳାକାର ପେନ୍‌ସନ ପ୍ରଦାନ କରାଯିବ। ୧୯ଟି ନୃତ୍ୟ କାର୍ଯ୍ୟକ୍ରମ ସହ କମେଡି ଛୁଙ୍କ ବି ଉପଭୋଗ କରିବାର ସୁଯୋଗ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More