Only for Entertainment

ତନୁଶ୍ରୀ ଦତ୍ତଙ୍କ ଅସଦାଚରଣ ଅଭିଯୋଗ ଉପରେ ଏପରି ପ୍ରତିକ୍ରିୟା ରଖିଲେ ନାନା ପାଟେକର୍‌

Firstpost
0 26

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍‌ର ଖ୍ୟାତାନାମା ଷ୍ଟାର୍‌ ନାନା ପାଟେକରଙ୍କ ନାମରେ ୧୦ ବର୍ଷ ତଳର ଅସଦାଚରଣ ଅଭିଯୋଗ ଆଣିବା ପରେ ଗତ କିଛି ଦିନ ହେବ ଗଣମାଧ୍ୟମରେ ଏହି ଖବର ହିଁ ଛାଇ ରହିଛି। ତନୁଶ୍ରୀ ଅଭିଯୋଗ ଆଣିଥିଲେ ଯେ ୨୦୧୮ ମସିହାରେ ନାନା ପଟେକର୍‌ଙ୍କ ର ‘ହର୍ଣ୍ଣ ଓକେ ପ୍ଲିଜ୍‌’ ସୁଟିଂ ସମୟରେ ନାନା ପାଟେକର ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ। ଏକ ଗୀତ ସୁଟିଂର ସୁଯୋଗ ନେଇ ନାନା ତନୁଶ୍ରୀଙ୍କ ସହ ଅସଦାଚରଣ କରିଥିବା ତନୁଶ୍ରୀ ଦତ୍ତ ପ୍ରକାଶ କରିଥିଲେ।

tanushree

ଏହି ମାମଲାକୁ ନେଇ ବିଭିନ୍ନ ଲୋକ ମତ ରଖିବା ପରେ ଏବେ ନିଜେ ମୁହଁ ଖୋଲିଛନ୍ତି ନାନା ପାଟେକର୍‌। ଏ ସଂପର୍କରେ ଏକ ଟେଲିଫୋନ୍‌ ସାକ୍ଷାତ୍‌କାରରେ ହସି ହସି ନିଜର ପ୍ରତିକ୍ରିୟା ରଖି ୬୭ ବର୍ଷିଅ ଷ୍ଟାର୍‌ ପାଟେକର ଅଭିଯୋଗକୁ ଖଣ୍ଡନ କରି କହନ୍ତି, ‘ମୁଁ ଚିନ୍ତା କରୁଛି କି ଏହି ଘଟଣାକୁ ନେଇ ମୁଁ କେଉଁ ଭଳି ଭାବେ ଆଇନ୍‌ର ସହାୟତା ନେଇପାରିବି? କ’ଣ କୁଁ କରିପାରିବି? କୁହନ୍ତୁ ମୋତେ? ମୋତେ କିପରି ଜଣାପଡ଼ିବ? ତନୁଶ୍ରୀଙ୍କ ମତରେ ଯୌନ ଉତ୍ପୀଡ଼ନ କ’ଣ? ସୁଟିଂ ସେଟ୍‌ରେ ୫୦-୧୦୦ ଲୋକଙ୍କ ଉପସ୍ଥିତରେ ମୁଁ କିପରି ଅସଦାଚରଣ କରିପାରିବି?’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More