Only for Entertainment

ଅଭିଯୋଗ ପରେ ତନୁଶ୍ରୀଙ୍କୁ ନାନାଙ୍କ ନୋଟିସ. ‘ଭୂଲ କରିଛ କ୍ଷମା ମାଗ’ !

38

ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ବିପକ୍ଷରେ ମୋର୍ଚ୍ଚା ଖୋଲି ଦେଇଛନ୍ତି । ଏବେ ପର୍ଯ୍ୟନ୍ତ ଅନେକ ମିଡିଆ ହାଉସ ତନୁଶ୍ରୀଙ୍କର ଇଂଟରଭ୍ୟୁ ନେଇ ସାରିଲେଣି । ଏଥିରେ ସେ ଗୋଟିଏ କଥା ଲଗାତାର କହିଛନ୍ତି ଯେ ୨୦୦୮ରେ ହୋଇଥିବା ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ’ସେଟରେ ନାନା ତାଙ୍କର ଯୌନ ଶୋଷଣ କରିଥିଲେ । ନାନା ତନୁଶ୍ରୀଙ୍କ ସହ ଇଂଟିମେଟ ଡ୍ୟାନ୍ସ କରିବା ପାଇଁ ଚାହୁଁଥିଲେ । ଏଭଳି ନକରିବା କାରଣରୁ ନାନା ତନୁଶ୍ରୀଙ୍କ କାର ଉପରକୁ ଗୁଣ୍ଡା ମାନଙ୍କ ଦ୍ୱାରା ଆକ୍ରମଣ କରାଇଥିଲେ ।

ସେହିଭଳି ନାନା ତନୁଶ୍ରୀଙ୍କ ବିରୁଦ୍ଧରେ ଲିଗାଲ ନୋଟିସ ପଠାଇବେ ବୋଲି କହିଥିଲେ । ଏହାସହ ମୁମ୍ବାଇ ଆସିଲେ ମିଡିଆ ଡାକି ଏକ ପ୍ରେସ କନଫରେନ୍ସ ମଧ୍ୟ କରିବେ । ଏବେ ନାନା ଜୈସଲମେରରେ ‘ହାଉସଫୁଲ୪’ ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ ତନୁଶ୍ରୀଙ୍କୁ ନାନା ଲିଗାଲ ନୋଟିସ ପଠାଇ ଦେଇଛନ୍ତି ଏବଂ ତାଙ୍କୁ କ୍ଷମା ମାଗିବା ପାଇଁ ମଧ୍ୟ କହିଛନ୍ତି । ଏହା ଜଣାଇଛନ୍ତି ନାନାଙ୍କ ଓକିଲ ରାଜେନ୍ଦ୍ର ଶିରୋଡକର । ନାନା ପାଟେକରଙ୍କ ଓକିଲ ସୋମବାର କହିଛନ୍ତି ତନୁଶ୍ରୀ ଦତ୍ତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ଯାହା ଆଜି ମିଳିଯିବ । ସେ କହିଛନ୍ତି ଯେ ନାନାଙ୍କ ବିରୁଦ୍ଧରେ ଲଗାଯାଇଥିବା ଆରୋପ ଗୁଡିକୁ ଖାରଜ କରଯାଇଛି ଏବଂ ଏହାସହ ନାନାଙ୍କ ଇମେଜ ଖରାପ କରିଥିବାରୁ ନାନାଙ୍କୁ କ୍ଷମା ମାଗିବେ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଶିରୋଡକର ଦାବା କରିଥିଲେ ଯେ ତନୁଶ୍ରୀଙ୍କୁ ଲିଗାଲ ନୋଟିସ ପଠାଇଥିଲେ, ମାତ୍ର ତନୁଶ୍ରୀ ସାକ୍ଷାତକାରରେ କହିଥିଲେ ସେହିଭଳି କିଛି ନୋଟିସ ତାଙ୍କୁ ଆସିନାହିଁ । ତନୁଶ୍ରୀ ନାନା ପାଟେକରଙ୍କ ବ୍ୟତୀତ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟ ଏବଂ ନିର୍ଦ୍ଦେଶକ ବିବେକ ଅଗ୍ନହୋତ୍ରୀଙ୍କ ଉପରେ ମଧ୍ୟ ଯୌନ ଶୋଷଣର ମଧ୍ୟ ସଙ୍ଗୀନ ଆରୋପ ଲଗାଇଛନ୍ତି । ଏହାସହ କହିଛନ୍ତି ଯେ ବଲିଉଡର ଆଗାମୀ ହ୍ୟାଶଟ୍ୟାଗ ‘ମେଁ ନାନା ପାଟେକର କେ ସାଥ କାମ ନେହି କରୁଙ୍ଗା’ ରହିବା ଉଚିତ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More