Only for Entertainment

ବାପାଙ୍କ ଉପରେ ଆସିଥିବ ଆରୋପ ପରେ ମଧ୍ୟ “ମି ଠୁ”କୁ ସମର୍ଥନ କରିବେ ନନ୍ଦିତା ଦାସ !

30

ଜଣାଶୁଣା ଫିଲ୍ମ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ନନ୍ଦିତା ଦାସ ନିଜ ପିତା ଏବଂ ପ୍ରସିଦ୍ଧ ଚିତ୍ରକାର ଯତୀନ ଦାସଙ୍କ ବିରୁଦ୍ଧରେ ଲାଗିଥିବା ଯୌନ ଶୋଷଣ ଆରୋପ ଉପରେ ମୁହଁ ଖୋଲି କହିଛନ୍ତି ଯେ ଯାହା ହେଲେ ବି ସେ ‘ମିଟୁ’ ପ୍ରତି ସମର୍ଥନ ଜାରି ରଖିବେ । କାଗଜ ପ୍ରସ୍ତୁତ କରୁଥିବା ଏକ କମ୍ପାନୀର ସହ ସଂସ୍ଥାପକ ମହିଳା ମଙ୍ଗଳବାର ଦିନ ସାମ୍ନାକୁ ଆସି କହିଥିଲେ ଯେ ୧୪ବର୍ଷ ପୂର୍ବେ ଯତୀନ ଦାସ ତାଙ୍କର ଯୌନ ଶୋଷଣ କରିଥିଲେ ।

ଯତୀନ ଏହି ଆରୋପକୁ ଅଶ୍ଳୀଳ ବୋଲି କହିଛନ୍ତି । ଫେସବୁକ ପୋଷ୍ଟରେ ନନ୍ଦିତା କହିଛନ୍ତି ଯେ ବାପାଙ୍କ ବିରୁଦ୍ଧରେ ଆରୋପ ଲାଗିଲା ପରେ ମଧ୍ୟ ନିଜ ସହ ହୋଇଥିବା ଯୌନ ଶୋଷଣ ବିରୁଦ୍ଧରେ ଆଣୁଥିବା ମହିଳାଙ୍କୁ ସେ ସପୋର୍ଟ କରିବେ । ଏହାସହ ସେ ଏହା ମଧ୍ୟ ଲେଖିଛନ୍ତି ଯେ ସତରେ ରହି ସମସ୍ତେ ଆରୋପ ଲଗାଇବା ନିହାତି ଜରୁରୀ ଅଟେ । ଏଠାରେ ଆମେ କହି ରଖୁଛୁ ଯେ ଚିତ୍ରଶିଳ୍ପୀ ଯତୀନ ଦାସ ଏହି ସମସ୍ତ ଆରୋପକୁ ପରିଷ୍କାର ଭାବେ ଅସ୍ୱୀକାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More