Only for Entertainment

ଜନ୍ମଦିନରେ ପି.ଏମ. ମୋଦିଙ୍କୁ ମିଳିଲା ନିଆରା ଉପହାର, ଆପଣ ମଧ୍ୟ ଦେଖନ୍ତୁ ଭିଡ଼ିଓ

38

ଗତକାଲି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୬୯ ତମ ଜନ୍ମଦିନ ପାଳନ କରିଛନ୍ତି । ସାରା ଦେଶରୁ ଜନ୍ମଦିନର ଶୁଭେତ୍ସାର ସୁଅ ଛୁଟିଛି । ସାଧାରଣ ଲୋକଙ୍କ ଠାରୁ ବଲିଉଡ ସେଲିବ୍ରେଟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେତ୍ସା ଓ ଶୁଭକାମନାରେ ମୋଦିଙ୍କ ଦିନକୁ ଅଧିକ ଆନନ୍ଦଭରା କରିଥିଲେ । ଆମ ଓଡ଼ିଶାର ସୁନା ପୁଅ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ କିଛି କମ ନୁହଁନ୍ତି । ବାଲୁକାରେ କାରୁ କାର୍ଯ୍ୟ କରି ଜନ୍ମଦିନର ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀଙ୍କୁ । ଏହି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଯାହାକୁ ପିଏମ ମୋଦିଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରାଯାଇଛି ଏବଂ କ୍ୟାପ୍ସନରେ ଲେଖାହୋଇଛି କବାଡ଼ିଆର ବଟରଫ୍ଲାଇ ଗାର୍ଡେନରୁ ସ୍ମରଣୀୟ ମୁହୂର୍ତ୍ତ । ଏହି ସ୍ଥାନକୁ ଭ୍ରମଣ କରନ୍ତୁ ।

 

 

View this post on Instagram

 

Memorable moments from the Butterfly Garden in Kevadia. Do visit this place! ?

A post shared by Narendra Modi (@narendramodi) on


କହିରଖୁଛୁ ଭିଡ଼ିଓରେ ପିଏମ ମୋଦି ଏକ ବ୍ୟାଗ ଧୀରେ ଧୀରେ ଖୋଲୁଛନ୍ତି ଏବଂ ବ୍ୟାଗ ଖୋଲିବା ମାତ୍ରେ ଶତାଧିକ ବଟରଫ୍ଲାଇ ତାହା ମଧ୍ୟରୁ ବାହାରି ଉଡ଼ିବାକୁ ଲାଗୁଛନ୍ତି । ଯାହା ମୋଦିଙ୍କ ମନକୁ ମୋହିଥିବା ଜଣାପଡ଼ୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More