Only for Entertainment

ଉର୍ଦ୍ଦୁରେ ରିଲିଜ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହି ‘ଏଗ୍ଜାମ ୱରିଅର’, ଏଥିରେ ରହିଛି ପରୀକ୍ଷାର୍ଥୀଙ୍କ ପାଇଁ ଜରୁରୀ ମନ୍ତ୍ର !

NDTV
0 51

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁସ୍ତକ ‘ଏଗ୍ଜାମ ୱାରିଅର’୧୫ସେପ୍ଟେମ୍ବେରରେ ଦିଲ୍ଲୀରେ ଉର୍ଦ୍ଦୁରେ ରିଲିଜ କରାଯିବ । ପରୀକ୍ଷାର ପ୍ରସ୍ତୁତି କରୁଥିବା ଛାତ୍ରାଗଣଙ୍କୁ ଧ୍ୟାନରେ ରଖି ଲେଖା ଯାଇଥିବା ଏହି ପୁସ୍ତକରେ ୨୫ଟିମନ୍ତ୍ର ଦିଆଯାଇଛି । ଏହି ପୁସ୍ତକରେ ପରୀକ୍ଷାର ଚିନ୍ତାରୁ ମୁକ୍ତି ପାଇଁ ସମାଧାନ ଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଫେବୃଆରୀରେ ସିବିଏସଇ ବୋର୍ଡ ପରୀକ୍ଷା ଠିକ ପୂର୍ବରୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ମାନବ ସଂସାଧାନ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଡକର ‘ଏଗ୍ଜାମ ୱାରିଅର’ର ଉନ୍ମୋଚନ କରିଥିଲେ । ଏହି ପୁସ୍ତକ ତାମିଲ ଭାଷାରେ ମଧ୍ୟ ଉପଲବ୍ଧ ଅଛି ।

ଖବର ମୁତାବକ ପ୍ରଧାନମନ୍ତ୍ରୀ ମୋଦି ଜୀବନ, ରାଜନୀତି ଏବଂ ପରୀକ୍ଷାକୁ ତୁଳନା କରି ପ୍ରେରଣାଦାୟୀ କଥା ଲେଖିଛନ୍ତି । ସେ ଲେଖିଛନ୍ତି ପରୀକ୍ଷା ରେ ଖାତା ଦେଲା ପରେ ଛାତ୍ରମାନଙ୍କୁ ଏହି ବିଷୟରେ ଚିନ୍ତା କରିବା ଜରୁରୀ ନୁହେଁ ବୋଲି କହିଛନ୍ତି ।

ଉର୍ଦ୍ଦୁରେ ପ୍ରଧାନମନ୍ତ୍ରୀଙ୍କ ବହି ଉନ୍ମୋଚନ ହେବା ମଉକା ଉପରେ ଏଚଆରଡି ମନ୍ତ୍ରୀ ପ୍ରକାଶ ଜାବଡେକର, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ, କପଡା ମନ୍ତ୍ରୀ ସ୍ମୃତି ଇରାନୀ, ଅଭିନେତା ଋଷି କପୂର, ମୁଜଫର ଅଲ୍ଲୀ, ଅନ୍ନୁ କପୂର ଏବଂ ସିରାଜୁଦ୍ଦିନ ଖୁରେସି ମହଜୁଦ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More