Only for Entertainment

କ୍ରିକେଟ ଏବଂ ଫୁଟବଲର ଦିୱାନୀ ଥିଲେ ନର୍ଗିସ, ଏହିଭଳି ହୋଇଥିଲା ମୃତ୍ୟୁ ।

india today
0 40

ନର୍ଗିସ ଦତ୍ତଙ୍କ ଜନ୍ମ ୧ ଜୁନ ୧୯୨୯ରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଫାତିମା ସରିଦ ଥିଲା । ୧୯୩୫ରେ ନର୍ଗିସ ଫିଲ୍ମ ତଲାସ ଏ ହକରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତେଣୁ ତାଙ୍କୁ ବେବି ନର୍ଗିସ ନାମରେ ଡକା ଯାଉଥିଲା ।
୧୯୪୦ରୁ ୧୯୬୦ ମଧ୍ୟରେ ସେ ରାଜ କପୁରଙ୍କ ସହିତ କେତେକ ସଫଳ ଫିଲ୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଆଗ,ଆୱାରା ଓ ବରସାତ ଆଦି ଫିଲ୍ମ ଭିନ୍ନ । ନର୍ଗିସଙ୍କ ଝିଅ ନମ୍ରତାଙ୍କ କହିବା ଅନୁସାରେ ତାଙ୍କ ମା ଖୁବ ମଜାଳିଆ ସ୍ୱଭାବର ଥିଲେ । ତାଙ୍କୁ ଖେଳ ଖୁବ ପସନ୍ଦ ଥିଲା,ତେଣୁ ଛୋଟବେଳେ ସେ ତାଙ୍କ ଭାଇ ଅନବର ହୁସେନ ଏବଂ ଅଖତର ହୁସେନଙ୍କ ସହିତ ଫୁଟବଲ ଏବଂ କ୍ରିକେଟ ଖେଳୁଥିଲେ ।

ନର୍ଗିସ ମାଟି ସହିତ ଜଡ଼ିତ ଏକ ମଣିଷ ଥିଲେ । ସେ ବିଭିନ୍ନ ସମୟରେ ସଡ଼କ ପାଶ୍ୱର୍ରେ ବିକ୍ରି ହେଉଥିବା ଗୁବଚୁପ ଖାଇବାକୁ ପସନ୍ଦ କରନ୍ତି । ଏହା ସହିତ ସେ ସାଧାରଣ ଲୋକଙ୍କ ଭଳି ତାଙ୍କ ସାଙ୍ଗ ମାନଙ୍କ ସହିତ ସପିଂ କରିବାକୁ ମଧ୍ୟ ଯାଉଥିଲେ ।

ଓୁନିଲ ଦତ୍ତଙ୍କୁ ବିବାହ କରିବା ପରେ ଜଣେ ହାଉସୱାଇଫ ଭାବରେ ସେ ଖୁବ ଖୁସି ଥିଲେ ଏବଂ ଏଥିପାଇଁ ଖୁବ ଚର୍ଚ୍ଚାରେ ମଧ୍ୟ ଥିଲେ । ରୋଷେଇ କରିବାକୁ ମଧ୍ୟ ସେ ଖୁବ ଆଗ୍ରହୀ ଥିଲେ ।
୨ ମଇ ୧୯୮୧ରେ କର୍କଟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ସବୁଠାରୁ ସ୍ମରଣୀୟ ଫିଲ୍ମ ଥିଲା ମଦର ଇଣ୍ଡିଆ । ସେଥିପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More