Only for Entertainment

ସାମ୍ନାକୁ ଆସିଲା ହରର ଫିଲ୍ମ ‘ଅମାବସ’ର ଟ୍ରେଲର, ଦେଖିବାକୁ ମିଳିଲା ଜବରଦସ୍ତ ଟେକ୍ନିକ୍ସ ।

Zee News
37

ହରର ଫିଲ୍ମ ଦେଖିବାର ମଜା ହିଁ ନିଆରା ଖାସ କରି ଯେତେବେଳେ ଫିଲ୍ମର ଟେକ୍ନିକ୍ସ ଉନ୍ନତ ଧରଣର ଥାଏ । ସେହିପରି କିଛି ଦେଖିବାକୁ ମିଳିଛି ଫିଲ୍ମ ‘ଅମାବସ’ରେ । ଫିଲ୍ମର ଟ୍ରେଲରକୁ ଆଜି ରିଲିଜ କରାଯାଇଛି ।

‘୧୯୨୦ ଡବଲ ରିର୍ଟନ’, ଏଲୋନ ଏବଂ ରାଗିଣୀ ଏମଏମଏସ ୨ ପରେ ଭୂମଫଣ ପଟେଲ ପୁଣି ଏକ ହରର ଫିଲ୍ମ ନେଇ ଆସିଛନ୍ତି । ଫିଲ୍ମର ଟ୍ରେଲର ଦେଖିବା ପରେ ଜଣା ପଡୁଛି ଯେ, ଟେକ୍ନିକ ଖୁବ ଭଲ ରହିଛି । ଫିଲ୍ମର ଟ୍ରେଲର ବିଷୟରେ କହିବାକୁ ଗଲେ, ପୁରୁଣା ଘରେ ବନ୍ଦ ଥିବା ଏକ ଆତ୍ମାକୁ ନେଇ ଏହା ଆଧାରିତ । କାହାଣୀ ପୁରୁଣା ହୋଇଥିଲେ ମଧ୍ୟ ଫିଲ୍ମରେ ନୂତନତ୍ୱର ଝଲକ ଦେଖିବାକୁ ମିଳିଛି ।

ରକଷ୍ଟାର ଫେମ ଅଭିନେତ୍ରୀ ନର୍ଗିସ ଫାଖରୀ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ନର୍ଗିସଙ୍କ ଏହି ନୂଆ ନୁକ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ପୂର୍ବ ଫିଲ୍ମ ଗୁଡିକ ଅପେକ୍ଷା ଏହି ଫିଲ୍ମରେ ନର୍ଗିସଙ୍କୁ ଖୁବ ଗ୍ଲାମରର୍ସ ଲୁକରେ ଦେଖିବାକୁ ମିଳିବ । ନର୍ଗିସଙ୍କ ସହିତ ଫିଲ୍ମରେ ସଚିନ ଜୋଶୀଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଫିଲ୍ମରେ ମୋନା ସିଂ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସେ ଆତ୍ମାକୁ ବାହାର କରିବାରେ ନର୍ଗିସଙ୍କୁ ସାହାଯ୍ୟ କରିବେ । ଫିଲ୍ମ ୧୧ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More