Only for Entertainment

ପ୍ରିୟଙ୍କା ଏବଂ ନିକଙ୍କ ପିଲାକୁ ନେଇ ନରଗିସ ଫାକ୍ରି ଦେଲେ ଏଭଳି ପ୍ରତିକ୍ରିୟା !

33

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ନିଜ ବିବାହ ଉତ୍ସବ ମନାଇବାରେ ଲାଗିଛନ୍ତି । ଭାରତରେ ରିସେପସନ ଦେବା ପରେ ନିକୟଙ୍କା ନ୍ୟୁୟର୍କ ଫେରି ଯାଇଛନ୍ତି । ଦୁହେଁ ସୋସିଆଲ ମିଡିଆ ଜରିଆରେ ସମସ୍ତ ସେଲିବ୍ରେଶନର ଅପଡେଟ ଦେଇଛନ୍ତି । ଫ୍ୟାନ୍ସ ମାନେ ମଧ୍ୟ ଏହି ଫଟୋକୁ ପସନ୍ଦ କରୁଛନ୍ତି । ଏପରିକି ଫ୍ୟାନ୍ସ ପ୍ରିୟଙ୍କା ଏବଂ ନିକଙ୍କ ବିବାହ ପରେ ପିଲା ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରି ଦେଲେଣି । କେବଳ ଫ୍ୟାନ୍ସ ନୁହଁନ୍ତି, ସେଲିବ୍ରିଟି ମଧ୍ୟ ପ୍ରିୟଙ୍କା ଏବଂ ନିକଙ୍କ ପିଲାକୁ ନେଇ ଚର୍ଚ୍ଚା ଆରମ୍ଭ କରି ଦେଲେଣି ।

ଏବେ ଅଭିନେତ୍ରୀ ନରଗିସ ଫାକ୍ରି ପ୍ରିୟଙ୍କା ଏବଂ ନିକଙ୍କ ପିଲାକୁ ନେଇ ଖୁବ ଏକସାଇଟେଡ ଥିବା ନଜର ଆସିଛନ୍ତି । ନରଗିସ ଏବେ ଠାରୁ ହିଁ ହି ଦୁହିଁଙ୍କ ପିଲା ଆସିବା ଅପେକ୍ଷାରେ , ଯାହା ତାଙ୍କ ଟ୍ୱିଟରୁ ଜଣା ପଡିଛି ।

ନିକଟରେ ଯେତେବେଳେ ପ୍ରିୟଙ୍କା ଏବଂ ନିକଙ୍କୁ ଏହି ସମ୍ପର୍କରେ ପଚରାଯାଇଥିଲା ସେ ଉତ୍ତରରେ କହିଥିଲେ ଏବେ ହନିମୁନ ଉପଭୋଗ କରୁଛନ୍ତି ଏବଂ ପିଲା ବିଷୟରେ ପରେ ଭାବିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More