Only for Entertainment

ନାସା ତିଆରି କଲା ଆରାମଦାୟକ ତକିଆ,ତାପମାତ୍ରାକୁ ନିୟନ୍ତ୍ରଣ କରିବ ।

Sheridan
0 28

ସାଧାରଣ ଲୋକମାନେ ଦିନସାରା କାମ କଲାପରେ ରାତିରେ ଶାନ୍ତିରେ ଶୋଇବା ପାଇଁ ଇଚ୍ଛା କରନ୍ତି । ତେବେ ଶୋଇବା ବେଳେ ଆରାମ ଦାୟକ ବିଛଣା ହେଲେ କଥା ସରିଲା । ବିଛଣାରେ ପଡୁ ପଡୁ ନିଦ ହୋଇଯିବ। ତେବେ ମିଳିଥିବା ସୂଚନା ଅନୁସାରେ ଆମେରିକାର ସ୍ପେଶ୍ ଏଜେନ୍ସି ଏକ ସ୍ପେଶାଲ ତକିଆ ନିର୍ମାଣ କରିଛି । ଯେଉଁଥରେ କି ଆପଣ ଆରାମରେ ଶୋଇପାରିବେ । ତେବେ ଏହାସହ ଏହି ତକିଆ ଝାଳକୁ ମଧ୍ୟ ଅଟକାଇ ପାରିବ । ମିଳିଥିବା ସୂଚନା ଅନୁସାରେ ଯେଉଁ ବ୍ୟାକ୍ତିମାନେ ମହାକାଶକୁ ଯାତ୍ରା କରିବେ ସେମାନଙ୍କ ଦୃଷ୍ଟିରେ ରଖି ଏପରି ତକିଆ ନିର୍ମାଣ କରିଛି । ଏହି ତକିଆ ଏପରି ଭାବରେ ନିର୍ମାଣ କରାଯାଇଛି ଯେ, ତାପମାତ୍ରା ଅନୁସାରେ ସେ ଲୋକମାନଙ୍କୁ ଆରାମ ଦେବ । ତେବେ ଏହାର ମୂଲ୍ୟ ୯୯ ଡଲାର ଅର୍ଥାତ ୭୧୦୦ ଟଙ୍କା ରହିଛି । ତେବେ ନାସାର ବୈଜ୍ଞାନିକମାନଙ୍କ  ସୂଚନା ଅନୁସାରେ ଏହି ତକିଆ ୨ ପ୍ରକାର ଅଟେ ।

ଏହାର ନିର୍ମାଣ ଏପରି କରାଯାଇଛି ଯେ, ମଣିଷର ତାପମାତ୍ରା ଅନୁସାରେ ଏହା କାମ କରିବ । ତେବେ ଏପରି ଅନ୍ୟ ଏତ ତକିଆ ନିର୍ମାଣ କରାଯାଇଛି ଯାହାର ଦାମ ରହିଛି ୧୪ ହଜାର ଟଙ୍କା । ଏହି ତକିଆର ବିଶେଷତ୍ତ୍ୱ ହେଲା ଯେ, ହାଇସ୍ପିଡରେ ଗାଡି ଚାଳନା ହେଲେ ଏହା ଉପରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ କୈାଣସି ପ୍ରକାର ପ୍ରଭାବ ପଡିବ ନାହିଁ । ତେବେ ଏପରି ତକିଆ ବିଶ୍ୱରେ ପ୍ରଥମଥର ନିର୍ମାଣ ହୋଇଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହାର ଦାମ ଅଧିକ ଦାମ ହୋଇଥିଲେ ମଧ୍ୟ ମଣିଷ ଏହା ଉପରେ ଶୋଇଲେ ଆରାମ ପାଇବ । ତେଣୁ ଏହାର ବଜାରରେ ଚାହିଦା ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More