Only for Entertainment

ମହାକାଶରେ ପ୍ରଥମ ଅପରାଧ: ଆଷ୍ଟ୍ରୋନଟ କଲେ ଏଭଳି କାମ, ଚିନ୍ତାରେ ନାସା

punjabkesari
721

ପୃଥିବୀରେ ଅପରାଧ ହେବା ସହଜ କଥା । କିନ୍ତୁ ପ୍ରଥମ ଥର ମହାକାଶରେ ଏଭଳି ଅପରାଧ ପ୍ରଥମ ଥର ହୋଇଛି ଯାହା ଦ୍ୱାରା ନାସା ମଧ୍ୟ ଚିନ୍ତାରେ ଅଛି । ନାସା ଏବେ ଅପରାଧିକ ମାମଲା ଯାଂଚ କରିବ । କାରଣ ଯଦି ଆପଣ ପୃଥିବୀ ଛାଡ଼ି ମହାକାଶକୁ ଯାଉଛନ୍ତି ଏବଂ ସେଠାକୁ ଯାଇ ଏଭଳି କିଛି କରୁଛନ୍ତି ଏବଂ ତାହା ଅପରାଧ, ତେବେ ଏଥିପାଇଁ ଦଣ୍ଡ ପୃଥିବୀ ପୃଷ୍ଠରେ ମିଳିବ । ଏକ ମହାକାଶ ଯାତ୍ରାରେ ରହିଥିବା ସମୟରେ ତାଙ୍କ ପୂର୍ବ ବଏଫ୍ରେଣ୍ଡର ବ୍ୟାଙ୍କ ଆକାଉଂଟର ସଂପୂର୍ଣ୍ଣ ଖବର ନେବାକୁ ଚେଷ୍ଟା କରୁଥିଲେ ।

 

ଖବର ଅନୁସାରେ ସେହି ମହିଳା ଆଷ୍ଟ୍ରୋନଟ ନାସାର ଇଂଟରନେସନାଲ ସ୍ପେସ ଷ୍ଟେସନରେ ରହିଥିବା ସମୟରେ କରିଛନ୍ତି । ଯଦି ଅପରାଧ ପ୍ରମାଣିତ ହୁଏ ତେବେ ଏହା ମହାକାଶରେ ପ୍ରଥମ ଅପରାଧ ହେବ ।

 

ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ ନାସାର ଅନ୍ତରୀକ୍ଷ ଯାତ୍ରୀ ଏନି ମ୍ୟାକକ୍ଲେନଙ୍କ ଉପରେ ତାଙ୍କ ପୂର୍ବ ପତିଙ୍କ ବ୍ୟାଙ୍କ ଆକାଉଂଟକୁ ହ୍ୟାକ କରୁଥିବା ଅଭିଯୋଗ ଲାଗିଛି । ତେବେ ଏହାକୁ ଯାଂଚ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More