Only for Entertainment

ଏହି ଫିଲ୍ମରେ ନିଜ ଦମଦାର ଅଭିନୟର ଜଲୱା ଦେଖାଇବାକୁ ଆସୁଛନ୍ତି ନସିରୁଦ୍ଦିନ ଶାହ !

27

ବଲିଉଡ ଅଭିନେତା ବାଦଶାହ ନସିରୁଦ୍ଦିନ ଶାହ ଖୁବ ଶୀଘ୍ର ଧମାଲ ମଚାଈବାକୁ ଯାଉଛନ୍ତି । ଅସଲରେ ସେ ‘ଜାନେଭି ଦୋ ୟାରୋ’ ସିକ୍ୱେଲରେ କାମ କରିବେ । ୧୯୮୩ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମରେ ନସିରୁଦ୍ଦିନ ଶାହ ଏବଂ ରବି ବାସବାନୀ ଷ୍ଟ୍ରଗଲିଂ ଫଟୋଗ୍ରାଫର ଭୂମିକା ତୁଲାଇଥିଲେ ।

ଫିଲ୍ମର ପ୍ରଥମ ପାର୍ଟରେ ଦେଖିବାକୁ ମିଳିଥିଲା ଯେ ତାଙ୍କୁ ଏଭଳି ଏକ କ୍ରାଇମ ଫସାଇ ଦିଆଯାଇଛି , ଯାହା ସେ କେବେ କରିନଥିଲେ । ଫିଲ୍ମ ସିକ୍ୱେଲରେ ଦୁହିଁଙ୍କ ଜେଲରୁ ଫେରିବା ପରର କାହାଣୀ ଦେଖିବାକୁ ମିଳିବ । ଶୁଣିବାକୁ ମିଳିଛି ଯେ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି । ଏଥିରେ ନସିରୁଦ୍ଦିନ ଶାହ ନିଜ ଅଭିନୟ ତୁଲାଇବେ ମାତ୍ର ରବିଙ୍କ ଭୂମିକା ଆଉ କେହି ତୁଲାଇବେ । ଫିଲ୍ମ ସୁଟିଂ ୨୦୨୦ରେ ଆରମ୍ଭ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More