Only for Entertainment

ବିରାଟଙ୍କୁ ଅହଂକାରୀର ଆଖ୍ୟା ଦେଲେ ସିନେ ତାରକା ନସିରୁଦ୍ଦିନ ଶାହ ।

The Economic Times
25

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଅବଦାନ କ୍ରିକେଟ ଟିମ ପାଇଁ କିଛି କମ ନୁହେଁ । କିନ୍ତୁ ବେଳେ ବେଳେ ତାଙ୍କ ଜନତା ଏଭଳି କିଛି ଟ୍ୱିଟ କରନ୍ତି ଯାହାକୁ ଆପଣ ନଜର ଅନ୍ଦାଜ କରିପାରିବେ ନାହିଁ । ଅଧିକାଂଶ ସମୟରେ ଲୋକ ତାଙ୍କୁ ଗର୍ବୀ କହୁଥିବାର ଦେଖିବାକୁ ମିଳେ । ନିକଟରେ ସେହିଭଳି କିଛି ଘଟିଛି ଏହି ନାମିଦାମି ଖେଳାଳୀଙ୍କୁ ନେଇ । ମନ୍ତବ୍ୟ ଦେଇଛନ୍ତି ପ୍ରସିଦ୍ଧ ସିନେ ତାରକା ନସିରୁଦ୍ଦିନ ଶାହ ।ନିକଟରେ ଆପଣଙ୍କର ମନେ ଥିବା ନିଶ୍ଚୟ ଯେ ଜଣେ ଭାରତୀୟ ଅନ୍ୟ ଦେଶର ଜଣେ ଖେଳାଳିଙ୍କ ପ୍ରଶଂସା କରିବାରୁ ରାଗରେ ଆସି ବିରାଟ ମନ୍ତବ୍ୟ ଦେଇଥିଲେ ଯେ ଦେଶ ଛାଡ଼ି ପଳାଅ ବୋଲି। ସେ ସମୟର ବିରାଟଙ୍କ ସେହି ମନ୍ତବ୍ୟ ତାଙ୍କୁ ବିବାଦ ଭିତରକୁ ଟାଣି ଆଣିଥିଲା।

 

ନିକଟରେ ବିରାଟଙ୍କୁ ନାପସନ୍ଦ କରିବା ପରି ଏକ ଟୁଇଟ୍‌ କରିଛନ୍ତି ବଲିଉଡ୍‌ କଳାକାର ନସ୍‌ରୁଦ୍ଦିନ ଶାହା। ସେ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି ଯେ, ‘ ବିରାଟ କୋହଲି କେବଳ ବିଶ୍ୱଜ ଜଣେ ଭଲ ବ୍ୟାଟ୍‌ସମ୍ୟାନ ନୁହଁନ୍ତି। ବରଂ ସେ ବିଶ୍ୱର ସବୁଠାରୁ ଖରାପ ବ୍ୟବହାର ଦେଖାଉଥିବା ଖେଳାଳି। ତାଙ୍କର କ୍ରିକେଟ୍‌ ଦକ୍ଷତା ତାଙ୍କର ଅଂହକାର ଓ ଖରାପ ବ୍ୟବହାରର ପାଖାପାଖି। ଏବଂ ମୋତେ ଦେଶ ଛାଡ଼ି ଯିବାକର କୌଣସି ଆଗ୍ରହ ନାହିଁ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More