Only for Entertainment

୨୦ ବର୍ଷ ବୟସରେ ୩୬ ବର୍ଷର ଝିଅକୁ ବିବାହ କରିଥିଲେ ନସିରୁଦ୍ଦିନ ଶାହ

bollywood tadka
178

ବଲିଉଡ ଆକ୍ଟର ନସିରୁଦ୍ଦିନ ଶାହ ଗତକାଲି ତାଙ୍କର ୬୯ ତମ ଜନ୍ମଦିନ ପାଳନ କରି ସାରିଛନ୍ତି । ସେ ବଲିଉଡରେ ଫିଲ୍ମ ‘ନିଶାନ୍ତ’ରୁ କ୍ୟାରିଅର ଆରମ୍ଭ କରିଥିଲେ । ଯଦିଓ ଏହି ଫିଲ୍ମରେ ତାଙ୍କ ରୋଲ ଖୁବ ଛୋଟ ଥିଲା ତଥାପି ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ନସିରୁଦ୍ଦିନ ଏପର୍ଯ୍ୟନ୍ତ ବଲିଉଡରେ ୧୦୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ।

ନସିରୁଦ୍ଦିନ ଫିଲ୍ମ ହମ ପାଂଚ,ଦିଲ ଆଖିର ଦିଲ ହୈ, ମାସୁମ, କର୍ମ, ଗୁଲାମୀ,ତ୍ରିଦେବ,ବିଶ୍ୱାତ୍ମା ଏବଂ ମୋହରା ଭଳି ସୁପରହିଟ ଫିଲ୍ମରେ ନିଜର ନିଖୁଣ ଅଭିନୟ ଦେଖାଇ ସାରିଛନ୍ତି ।

୨୦ ବର୍ଷ ବୟସରେ ନସିରୁଦ୍ଦିନଙ୍କୁ ମନାରା ସିକରୀଙ୍କୁ ପ୍ରେମ ହୋଇ ଯାଇଥିଲା, ଯିଏ ପରବିନ ମୁରାଦା ନାମରେ ମଧ୍ୟ ଜଣାଶୁଣା । ମନାରା ବୟସରେ ନସିରୁଦ୍ଦିନଙ୍କ ଠାରୁ ପ୍ରାୟ ୧୫ ବର୍ଷ ବଡ଼ । ତେବେ ନସିରୁଦ୍ଦିନଙ୍କ ଘର ଲୋକ ଯଦିଓ ଏହାକୁ ବିରୋଧ କରିଥିଲେ ତଥାପି ପରେ ଦୁଇଜଣଙ୍କର ବିବାହ ହୋଇଥିଲା । ଦୁଇଜରଙ୍କର ଏକ ଝିଅ ମଧ୍ୟ ହେଲା, କିନ୍ତୁ ସଂପର୍କ ଠିକ ଭାବରେ ନ ଚାଲିବାରୁ ମନାରା ଇରାନ ଚାଲିଗଲେ । ଏହାପରେ ୭୦ ଦଶକରେ ନସିରୁଦ୍ଦିନ ରତନା ପାଠକଙ୍କ ପ୍ରେମରେ ପଡ଼ିଗଲେ । ଯାହାପରେ ମନାରାଙ୍କୁ ଛାଡ଼ପତ୍ର ଦେଇ ରତନାଙ୍କୁ ବିବାହ କଲେ ଅଭିନେତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More